ମନୀଷ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ୍ କଲେ ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ମନୀଷ ସିସୋଦିଆଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । ଲାଗିଲା ବଡ଼ ଝଟକା । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା ଲାଗିଛି । ସିସୋଦିଆଙ୍କ ତରଫରୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି । ପୂର୍ବ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତଳ କୋର୍ଟର ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଜି ଏହି ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ସିସୋଦିଆଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି ତେଣୁ ଜାମିନ ଦିଆଗଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି । ଏହି ଆଧାରରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ସେପଟେ ଆମ୍ ଆଦମୀ ପାର୍ଟି ତରଫରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଶୁଣାଣି ପୂର୍ବରୁ ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଅଣାଯାଇଥିଲା । ଦଳ ତରଫରୁ କୁହାଯାଇଥିଲା କି ଦିଲ୍ଲୀ ପୋଲିସ ସିସୋଦିଆଙ୍କ ଉପରେ ବର୍ବରୋଚିତ ଆଚରଣ ଦେଖାଉଛି । ଏହାସହ ଦିଲ୍ଲୀ ପୋଲିସ ମନୀଷ ସିସୋଦିଆଙ୍କୁ ଶାରୀରିକ ଯନ୍ତ୍ରଣା ଦେଉଥିବାର ଏକ ଭିଡିଓ ମଧ୍ୟ ଆପ୍ ପକ୍ଷରୁ ଜାରି କରାଯାଇଥିଲା ।

 

Leave A Reply

Your email address will not be published.