ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଅଗ୍ନିପଥ ଉପରେ ଲଗାଇହେବନି ରୋକ

0

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଆଜି ବି ବିବାଦ ଲାଗି ରହିଛି । ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ଶୁଣାଣି କରିଛନ୍ତି। କୋର୍ଟ ଯୋଜନା ଉପରେ ତତ୍କାଳ ରୋକ୍ ଲଗାଇବାକୁ ମନାକ କରିଛନ୍ତି। ଏଥିସହ ଯୋଜନାକୁ ଚ୍ୟାଲେଞ୍ଜ କରି ଦାଖଲ ଯାଚିକା ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କ ପୀଠ କହିଛନ୍ତି, ଅନ୍ତରୀଣ ଆଦେଶ ପାରିତ କରିବା ପରିବର୍ତ୍ତେ ମାମଲାର ଶୁଣାଣି କରାଯିବ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ଵରର୍ଯ୍ୟ ଭାଟି ହାଇକୋର୍ଟକୁ କହିଛନ୍ତି, ସେ ସମସ୍ତ ଯାଚିକା ଉପରେ ଗୋଟିଏ ଜବାବ ଦାଖଲ କରିବେ। ଏହା ଉପରେ ଅଦାଲତ କହିଛନ୍ତି, ତିନି ସେନାରେ ନିଯୁକ୍ତି ବିରୋଧରେ ଅଲଗା ଅଲଗା ଯାଚିକା ଦାଖଲ କରାଯାଇଛି। ଏଥିପାଇଁ ସରକାରଙ୍କ ତରଫରୁ ବିସ୍ତୃତ ରିପୋର୍ଟ ମିଳିବା ଉଚିତ୍। କେନ୍ଦ୍ର ସରକାର ଜୁନ ୧୪ରେ ଅଗ୍ନିପଥ ଯୋଜନାର ଘୋଷଣା କରିଥିଲେ। ଏହାରି ଆଧାରରେ ୧୭ରୁ ୨୧ ବର୍ଷ ବୟସର ଯୁବ ବର୍ଗ ଅଗ୍ନିବୀର ହେବା ପାଇଁ ଆବେଦନ କରି ପାରିବେ।

Leave A Reply

Your email address will not be published.