ନୂଆଦିଲ୍ଲୀ(ଆମ ଟିଭି): ପୁଣି ବିବାଦରେ ରହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୋଲିସ । ଘଟଣା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କ୍ରମରେ ଶ୍ରୀନଗର ଠାରେ ମହିଳାଙ୍କ ଉପରେ ଦେଇଥିବା ବୟାନକୁ ନେଇ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାରେ ରବିବାର ଦିନ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛି । କୁହାଯାଉଛି କି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ଓ ଡିସିପି ରାହୁଲ ଗାନ୍ଧୀଙ୍କ ବାସଭବନ ଭିତରକୁ ଯାଇଛନ୍ତି ।
ସୂଚନା ଥାଉକି ଭାରତ ଯୋଡ ଯାତ୍ରା ବେଳେ ଶ୍ରୀନଗର ଠାରେ ରାହୁଲ ଗାନ୍ଧୀ କହିଥିଲେ କି ଆଜି ବି ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି । ଏହାକୁ ନେଇ ଦିଲ୍ଲୀ ପୋଲିସ ମାର୍ଚ୍ଚ ୧୬ ତାରିଖରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରି ପ୍ରଶ୍ନ ପଚାରିଥିଲା କି କେଉଁ ମହିଳା ଯୌନ ଶୋଷଣରେ ଶିକାର ହୋଇଛନ୍ତି ତାର ପ୍ରମାଣ ଦେବାକୁ । ଏହାର ସମସ୍ତ ପ୍ରମାଣ ଦିଲ୍ଲୀ ପୋଲିସ ନିକଟରେ ରଖିବାକୁ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ନୋଟିସ କରିଥିଲା । ହେଲେ ଦିଲ୍ଲୀ ପୋଲିସର ସୂତ୍ର ସୂଚନା ମୁତାବକ ଏପର୍ୟ୍ୟନ୍ତ ରାହୁଲ ଗାନ୍ଧୀ ନୋଟିସର ଜବାବ୍ ଦେଇ ନାହାଁନ୍ତି । ସ୍ପେଶାଲ ସିପି ସାଗରଦୀପ ହୁଡ୍ଡା କହିଛନ୍ତି କି ଏନେଇ ସେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଆସିଛନ୍ତି । ରାହୁଲ ଗାନ୍ଧୀ ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଏକ ବୟାନ ଦେଇଥିଲେ । ଯେଉଁଥିରେ ସେ କହିଥିଲେ କି ଭାରତ ଯୋଡ ଯାତ୍ରାକ୍ରମରେ ସେ ଅନେକ ମହିଳାଙ୍କ ସହ ମିଶିଛନ୍ତି ଓ ମହିଳାମାନେ ଯୌନ ଶୋଷଣର ଶିକାର ହେଉଥିବା ନେଇ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ।