ନୂଆଦିଲ୍ଲୀ (ଆମ ଟିଭି): ଲୋକସଭା ପରେ ଏବେ ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସଂସଦରେ ଉପସ୍ଥିତ ରହିବା ନେଇ ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି ।
ଆପ୍ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ଗୁପ୍ତା ହ୍ୱିପ୍ ଜାରି କରି ରାଜ୍ୟସଭା ସାଂସଦମାନଙ୍କୁ ଆଜି ପୂର୍ବାହ୍ନ ୧୧ଟାରୁ ଗୃହ ମୁଲତବୀ ହେବା ପର୍ୟ୍ୟନ୍ତ ସୁନିଶ୍ଚିତ ଉପସ୍ଥିତ ରହିବା ପାଇଁ କହିଛନ୍ତି । ଏହି ହ୍ୱିପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିବା ଲାଗି ପରାମର୍ଶ ଦିଆଯାଇଛି । ଆଜି ରାଜ୍ୟସଭାରେ ବିରୋଧୀ ଇଣ୍ଡିଆ ମେଣ୍ଟର ସମସ୍ତ ସାଂସଦ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିବେ ।