ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଅବକାରୀ ନୀତି ଘୋଟାଲାର ଚେର ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି । ଏହି ମାମଲାରେ ପୁଣି ଥରେ ଜେରା ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା । ଆସନ୍ତା ୧୧ ତାରିଖରେ ସେ ଇଡିରେ ହଜାର ହେବେ ବୋଲି କେ କବିତା ଟୁଇଟ କରି ସୂଚନା ଦେଇଛନ୍ତି । ମାର୍ଚ୍ଚ ୯ ତାରିଖରେ ହାଜର ହେବାକୁ ଇଡି ସମନ ପଠାଇଥିଲା । ହେଲେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡ୍ରିଂ ଦିଗରେ ଯାଞ୍ଚ କରୁଛି ।
ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁପ ରାମଚନ୍ଦ୍ର ପିଲାଇଙ୍କୁ ମାର୍ଚ୍ଚ ୧୩ ପର୍ୟ୍ୟନ୍ତ ଇଡି ହାଜତକୁ ପଠାଯାଇଛିି । ଅରୁଣ ଓ କବିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି । ଜେରା ସମୟରେ ଅରୁଣ କବିତାଙ୍କ ନାଁ ପ୍ରକାଶ କରିଥିଲେ । ଅଭିଯୋଗ ରହିଛି ମଦ ନୀତି ବଦଳାଇବା ପାଇଁ ଆମ ଆଦମୀ ପାର୍ଟିକୁ ଅରୁପ ପିଲାଇ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଥିଲେ ।