ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଚାର୍ଜସିଟରେ ସିସୋଦିଆଙ୍କ ନାଁ

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ହେପାଜତରେ ରହିଛନ୍ତି । ଏହି କ୍ରମରେ ଏବେ ସିବିଆଇ ପ୍ରସ୍ତୁତ କରିଥିବା ଚର୍ଜସିଟରେ ସିସୋଦିଆଙ୍କ ନାମ ସାମିଲ କରାଯାଇଛି । ସେପଟେ ସିସୋଦିଆ ମେ’ ପହିଲା ପର୍ୟ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି । ସଂପୃକ୍ତ ମାମଲାରେ ମନୀଷ ସିସୋଦିଆଙ୍କୁ ଫେବୃଆରୀ ୨୪ ତାରିଖରେ ସିବିଆଇ ୮ ଘଂଟା ଧରି ଜେରା କରିବା ପରେ ଗିରଫ କରିଥିଲା ।

ଦିଲ୍ଲୀ ଉପରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ରିପୋର୍ଟ ମୁତାବକ ମନୀଷ ସିସୋଦିଆ ଉପ ରାଜ୍ୟପାଳଙ୍କ ମଞ୍ଜୁରୀ ବିନା ଅବକାରୀ ନୀତିର ପରିବର୍ତ୍ତନ କରିଥିଲେ । ଏହାସହ ଦିଲ୍ଲୀ ସରକାର କରୋନା ମହାମାରୀ ନାମରେ ୧୪୪.୩୬ କୋଟି ଟଙ୍କାର ଟେଣ୍ଡର ଲାଇସେନ୍ସ ଫିସ୍ ଛାଡ କରିଥିବା କଥା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.