ନୂଆଦିଲ୍ଲୀ(ଆମ ଟିଭି): ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ସାଂଘାତିକ ସ୍ଥିତି। ବର୍ତ୍ତମାନ ବିଷାକ୍ତ ବାୟୁ ପଞ୍ଝାରେ ଦିଲ୍ଲୀବାସୀ। ସ୍ଥିତିକ ଏପରି ହେଲାଣି ଯେ, ଲୋକେ ଶ୍ୱାସକ୍ରିୟା କରିବାକୁ କଷ୍ଟ ଅନୁଭବ କଲେଣି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ପଦକ୍ଷେପ ନେବା ସହ କଟକଣା ମଧ୍ୟ ଲଗାଉଛନ୍ତି। କିନ୍ତୁ ଫଳ ଶୂନ। ଏହାରି ଭିତରେ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି ନେଇଛନ୍ତି ସରକାର। ଗତକାଲି ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନଭେମ୍ବର ୨୦ରୁ ବର୍ଷା କରାଇବାକୁ ତାରିଖ ଧାର୍ୟ୍ୟ କରାଯାଇଛି।
ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି। ତେବେ ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର। ଯଦି ନଭେମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଲେ ବର୍ଷା କରାଯିବ।