“ଡେଲିଭରି ବୟ ୨ ର ଅଡିଓ ରିଲିଜ୍”
ଭୁବନେଶ୍ଵର (ଆମ ଟିଭି): ଓଡ଼ିଆ ଫିଲ୍ମ ଜଗତରେ “ଡେଲିଭରି ବୟ”ର ସଫଳତା ପରେ ଏକ ଅନନ୍ୟ ରୋମାଞ୍ଚକ କାହାଣୀ ଆଣିଛି “ଡେଲିଭରି ବୟ ୨”, ଏକ ଥ୍ରିଲର ଫିଲ୍ମ ଯାହା ଅନ୍ୟାୟ, ମିଡିଆ ହେରଫେର ଓ ଗଭୀର ରହସ୍ୟ ସହ ଦର୍ଶକଙ୍କ ମନ ଜିତିବ ।
ତେବେ ଡେ଼ଲିଭରି ବୟ ୨ ର ଅଡିଓ ରିଲିଜ୍ ଏକ ଭବ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି l ଏହି ଅଡିଓ ରିଲିଜ୍ ଅବସରରେ ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ଚିରାଗଦୀପ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି,ଶ୍ରୀତମ ଦାସ, ଭୂପିନ୍ଦର ସିଂହ, ଶୈଳେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ଦାଶ ମହାପାତ୍ର, ଅଭିନେତ୍ରୀ ଅର୍ଚ୍ଚିତା, ଭୂମିକା ଦାଶ, ପ୍ରିୟମ୍ବଦା, ଅଭିନେତା ସନ୍ତୁ ନିଜେ, ବିତରକ ସଚ୍ଚିକାନ୍ତ ଜେନା, ନୃତ୍ୟ ନିର୍ଦ୍ଦେଶକ ଅମିତ ନାୟକ ପ୍ରମୁଖ ଯୋଗଦେଇଥିଲେ l

ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜକ ଓ କାହାଣୀ ଲେଖିଛନ୍ତି ଜେଆରଏମ । ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଚ୍ଚିତା, ଶୈଳେନ୍ଦ୍ର ସାମନ୍ତରାୟ, ବୁଦ୍ଧାଦିତ୍ୟ ମହାନ୍ତି, ପ୍ରିୟମ୍ବଦା, ଶ୍ରୀତମ ଦାସ, ଭୁପିନ୍ଦର, ସୁଶାନ୍ତ ଦାସ ମହାପାତ୍ର ଓ ସନ୍ତୁ ନିଜେ ଥିବାବେଳେ କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ । ଡ଼. ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଙ୍କ ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଓ କଣ୍ଠ ଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଅନ୍ତରା ଓ ମଣ୍ଟୁ ଛୁରିଆ । ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ଏହି ଫିଲ୍ମର ପରବର୍ତ୍ତୀ ଭାଗ ବୋଲି ଆଶା କରିଛନ୍ତି ଫିଲ୍ମର ପ୍ରଡକ୍ଶନ ଟିମ ଓ କ୍ରିଏଟିଭ ହେଡ ପ୍ରଣୟ ଜେଠୀ ।