ଗଣେଶ ପୂଜାରେ ମୁକ୍ତିଲାଭ କରିବ ଡେଲିଭରି ବୟ ୨, ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ଶ୍ରୀମନ୍ଦିରରେ ଟିମ୍

0

ଭୁବନେଶ୍ୱର (ଆମ ଟିଭି): ଆମେ ଓଡ଼ିଆ ଭାବରେ ଆମ ପରମ୍ପରା ପାଇଁ ଆମେ ଗର୍ବ କରୁ l ତେଣୁ ପ୍ରତିଟି ଶୁଭ କାର୍ଯ୍ୟ ଆରମ୍ଭରେ ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଥମେ ସ୍ମରଣ କରିଥାଉ l ଗଣେଶ ପୂଜା ଉପଲକ୍ଷେ ମୁକ୍ତିଲାଭ କରିବ ଡେଲିଭରି ବୟ ୨, ସେହି ପରିପ୍ରେକ୍ଷୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ଜଣାଇବା ତଥା ଆଶୀର୍ବାଦ ପାଇଁ ସିନେମାର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, କାର୍ଯ୍ୟକାରୀ ପ୍ରଯୋଜିକା ରୋଜାଲିନ ମହାନ୍ତି, ରେଭାନ୍ସ ମହାନ୍ତି, ପ୍ରଡ଼କସନ ମ୍ୟାନେଜର ଶଙ୍କର ସେଠି ଙ୍କ ସମେତ ନାୟକ ଶୈଳେନ୍ଦ୍ର ସାମନ୍ତରାୟ, ଅଭିନେତା ସୁଶାନ୍ତ ଦାସ ମହାପାତ୍ର ଏବଂ ହାସ୍ୟ ଅଭିନେତା ସନ୍ତୁ ନିଜେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ l

ଡେଲିଭରି ବୟର ଅପୂର୍ବ ସଫଳତା ପରେ ମଲ୍ଟି ଷ୍ଟାରଙ୍କୁ ନେଇ ନିର୍ମିତ ଡେଲିଭରି ବୟ ୨ ଗଣେଶ ପୂଜା ବଜାରକୁ ହୁଲୁସ୍ତୁଲ କରିବାକୁ ପୁରା ପ୍ରସ୍ତୁତ ହୋଇ ଆସୁଛି l  ଡେଲିଭରି ବୟ ୨ ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ଚିତ୍ରତ୍ତୋଳନ ଈଶ୍ୱର ବାରିକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ ,ପ୍ରଚାର ପ୍ରସାର ଦାୟିତ୍ବରେ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ।

ଅର୍ଚ୍ଚିତା, ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ପ୍ରିୟମ୍ବଦା, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ପୁପିନ୍ଦର ସିଂହ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ବେଳେ ଚୁଲବୁଲି ନାୟିକା ଭୂମିକା ଦାଶ ଲୋକାଲ ମାଧୁରୀ ପ୍ରମୋସନାଲ ଗୀତ ରେ ଜବରଦସ୍ତ ନୃତ୍ୟ ପରିବେଷଣ କରିଛନ୍ତି l

ଏବେ ଓଡ଼ିଆ ସିନେମା ପ୍ରତି ଓଡ଼ିଆ ଦର୍ଶକଙ୍କର ଭଲ ପାଇବା ଯଥେଷ୍ଟ ବଢିଛି l ଇତି ମଧ୍ୟରେ ଏକାଧିକ ଓଡ଼ିଆ ଚଳଚ୍ଚିତ୍ରକୁ ଦର୍ଶକ ବ୍ୟବସାୟିକ ସଫଳତା ଦେଇଛନ୍ତି l ତେଣୁ ଡେଲିଭରି ବୟ ୨ କୁ ମଧ୍ୟ ଯଥେଷ୍ଟ ଭଲ ପାଇବା ଦେବେ ବୋଲି ଆଶା ରହିଛି l

Leave A Reply

Your email address will not be published.