ଓଡିଆ ଚଳଚ୍ଚିତ୍ର “ଦମନ” କୁ ଲିକ୍ କରିବା ନେ଼ଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି

0

ଭୁବନେଶ୍ବର(ଆମ ଟିଭି): ଓଡିଆ ମୌଳିକ କାହାଣୀ କୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଦମନ” କୁ ଦେଖିବାକୁ ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଛି। ବହୁଦିନ‌ ପରେ ଅଭିନେତା ବାବୁଶାନ କମେଡି,ରୋମାଣ୍ଟିକ ଓ ଆକ୍ସନ ଛାଡି ବାସ୍ତବବାଦୀ ଅଭିନୟ କରିଛନ୍ତି ଚଳଚ୍ଚିତ୍ର “ଦମନ”ରେ । କରୋନା କାରଣରୁ ଦୁଇବର୍ଷ ହେଲା ବଡ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା। ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି। “ବିଦ୍ୟାରାଣ” ପରେ ବିଗ୍ ବଜେଟ୍ ଫିଲ୍ମ ହେଉଛି “ଦମନ”। । ଫିଲ୍ମରେ ବାବୁଶାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଚଳଚ୍ଚିତ୍ର “ଦମନ” ରେ ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ଦେଖିବାକୁ ମିଳିବ ଚଳଚ୍ଚିତ୍ର ରେ । ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ “ଵିଜୁ ବାବୁ” ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି। ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। ବାସ୍ତବ କାହାଣୀ ଓ ପରିଚିତ ଷ୍ଟାରଙ୍କୁ ନେଇ ନିର୍ମିତ ‘ଦମନ’ ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଅଛନ୍ତି। ଶ୍ରୀ ଜେଠୀ କହିଛନ୍ତି ଏ ଚିତ୍ରଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେବ। ଆମ ଦୈନନ୍ଦିନ ଜୀବନ ରେ ଘଟୁଥିବା କାହାଣୀ କୁ ନେଇ ନିର୍ମାଣ ହୋଇଥିବା ‘ଦମନ’ ଚଳଚ୍ଚିତ୍ର ଖୁବ ସଫଳତା ଆଣିବା ସହିତ ଏଇ ଚଳଚ୍ଚିତ୍ରର ସଙ୍ଗୀତ ଓ ସାଟେଲାଇଟ୍ ବିତରଣ ଦାୟିତ୍ବ ଅମର ମ୍ୟୁଜିକ ନେଇଛନ୍ତି।ଚଳଚ୍ଚିତ୍ର “ଦମନ” ୫୩ଟି ପ୍ରେକ୍ଷାଳୟ ରେ ସାରା ଓଡିଶାରେ ମୁକ୍ତିଲାଭ କରି ବେଶ ସଫଳ ହୋଇ ଚାଲିଛି। ଭୁଵନେଶ୍ବର ରେ ମହାରାଜା ପ୍ରେକ୍ଷାଳୟ ରେ ଓଡିଶାର ଅନେକ କଳାକାରମାନଙ୍କ ସହ ଅଭିନେତା ବାବୁଶାନ,ମା ଅପରାଜିତା ଓ ସହଧର୍ମିଣି ତୃପ୍ତି ଙ୍କ ସହ ଅଭିନେତା ଆକାଶ,କେକେ,ତନ୍ମୟ,ପାର୍ଥ,ଅଭିନେତ୍ରୀ ଅନୁ ଚୈ।ଧୁରୀ,ଗୁନ୍ ଗୁନ୍ ,ଗୁଡ୍ଡୀ,ପିଣ୍ଟୁ ନନ୍ଦ ସମେତ ଅନେକ ଅଭିନେତା ,ଅଭିନେତ୍ରୀ ଯୋଗ ଦେଇ ଥିଲେ। ବେଶ୍ ସଫଳତା ସହ ଆଗେଇ ଚାଲିଥିବା ଦମନ୍ ର ସମ୍ପୂର୍ଣ ଷ୍ଟୋରୀ କୁ ଲିକ୍ କରି ଅପ୍ ଲୋଡ ନେଇ ଏବେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଲେଶ୍ଵର ର ଏକ ପ୍ରେକ୍ଷାଳୟ ରୁ ଏଭଳି ସିନେମା ଅପଲୋଡ଼ କରିଥିବା ଜଣାପଡ଼ିଛି।

ଏ ନେଇ ସାଇବର କ୍ରାଇମ ଥାନା ରେ ଲିଖିତ ଅଭିଯୋଗ ହୋଇଛି ।

ଏହି ଲିକ୍ ନେଇ ଉକ୍ତ ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି । ଏ ନେଇ ପୋଲିସ୍ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିବା ଓ ଅପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରକାଶ ପାଇଛି ।

Leave A Reply

Your email address will not be published.