ନୂଆଦିଲ୍ଲୀ(ଆମ ଟିଭି): ପୁଣି ବିବାଦରେ ଛନ୍ଦି ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଚାକିରି ଦେବା ନାଁରେ ଜମି ଦୁର୍ନୀତି ମାମଲା, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି । ମାର୍ଚ୍ଚ ୨୫ରେ ସିବିଆଇ ହାଜର ହେବାକୁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ କରିଛି । ହେଲେ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକାର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଆରଜେଡି ନେତା । ଏହାପରେ କୋର୍ଟରେ ସିବିଆଇ ପକ୍ଷ ରଖି କହିଛି, ତେଜସ୍ୱୀ ଯାଦବଙ୍କୁ ଗିରଫ କରାଯିବ ନାହିଁ । ଏବେ ବିହାରରେ ବଜେଟ ଅଧିବେଶନ ଚାଲିଛି ।
ତେଣୁ ଏହି ସମୟରେ ସେ ହାଜର ନହୋଇ ଏପ୍ରିଲ ୫ ପରେ ହାଜର ହେବେ ବୋଲି କୋର୍ଟରେ କହିଥିଲେ ତେଜସ୍ୱୀ ଯାଦବଙ୍କ ଓକିଲ । ଜବାବରେ ସିବିଆଇ କହିଥିଲା ମାର୍ଚ ୨୫ ଶନିବାର । ଏହି ଦିନ ବିଧାନସଭା ବନ୍ଦ ରହିବ । ତେଣୁ ତେଜସ୍ୱୀ ହାଜର ହେବା ଦରକାର । ୨୦୦୪ରୁ ୨୦୦୯ ରେଳମନ୍ତ୍ରୀ ଥିଲେ ଲାଲୁ ଯାଦବ ।