ଭୁବନେଶ୍ୱର (ଆମ ଟିଭି): ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଣିକି ଋତୁସ୍ରାବ ପାଇଁ ମିଳିବ ଛୁଟି । ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କର୍ମଜୀବୀ ମହିଳାମାନଙ୍କ ପାଇଁ ଦିନେ ଛୁଟି ଘୋଷଣା କରିଛନ୍ତି।
କଟକରେ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରୀମତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ବିତୀୟ ଦିନ ଛୁଟି ନେଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହାକୁ ନେଇ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।