ପୁରୀ (ଆମ ଟିଭି): ଆଜି ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ସୁବାସିତ ଜଳରେ ବାଧୋଇବେ ମହାପ୍ରଭୁ । ଏହାରି ଭିତରେ ପୁରୀରୁ ଆସିଛି ଏକ ଦୁଃଖଦ ଖରବ । ପୁରୀ ଶ୍ରୀମନ୍ଦିର ସ୍ନାନମଣ୍ଡପ ନିକଟରେ ଅଘଟଣ ଘଟିଛି। ସ୍ନାନମଣ୍ଡପ ନିକଟରେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରାଜସ୍ଥାନର ଅମ୍ବାଲାଲ ଭୋଇ । ପରିବାର ସହ ଦର୍ଶନ କରିବାକୁ ଆସିଥିବା ବେଳେ ସ୍ନାନମଣ୍ଡପ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କୁ ସିଂହଦ୍ୱାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କୁ ସେଠାରୁ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ସେ ପୂର୍ବରୁ ଅସୁସ୍ଥ ଥିଲେ । କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ନିଜକୁ ଅଟକାଇପାରିନଥିଲେ । ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ଆସି ପହଞ୍ଚିଥିଲେ । ଅଧିକ ଗହଳି ପାଇଁ ସେ ଆହୁରି ଅସୁସ୍ଥ ହୋଇପଡିଥିଲେ ।