ବାରମ୍ୱାର ଶ୍ରୀମନ୍ଦିର ଭିତରକୁ କ୍ୟାମେରା ନେଇ ପଶୁଛନ୍ତି ଭକ୍ତ

0

ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ କ୍ୟାମେରା । ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି । ପ୍ରତିଶ ପାଲ ନାମକ ଏହି ଯୁବକ ପଶ୍ଚିମ ବର୍ଦ୍ଧମାନର ଅଧିବାସୀ ବୋଲି ଜଣା ପଡ଼ିଛି । ତାଙ୍କୁ ଥାନାରେ ଅଟକ ରଖାଯିବା ସହ ତାଙ୍କ ମୋବାଇଲକୁ ଯାଞ୍ଚ କରାଯାଉଥିବା ବେଳେ କ୍ୟାମେରା ଯୁକ୍ତ ଚଷମାକୁ ଜବତ କରାଯାଇଛି ।

ଗତକାଲି ମଧ୍ୟ ଶ୍ରୀମନ୍ଦିରରୁ ଧରା ହୋଇଥିଲା ହିଡେନ୍ କ୍ୟାମେରାଯୁକ୍ତ ଚଷମା । ଜଣେ ଗୁଜୁରାଟୀ ଭକ୍ତଙ୍କଠାରୁ ଧରାପଡିଥିଲା ହିଡେନ୍ କ୍ୟାମେରା । ବ୍ୟକ୍ତି ଜଣକ ଗୁଜୁରାଟର ବିପୁଲ୍ ପଟେଲ୍ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଟାଉନଥାନାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଶ୍ରୀମନ୍ଦିର ଭିତରୁ ଭକ୍ତଙ୍କୁ ହିଡେନ୍ କ୍ୟାମେରା ସହ କାବୁ କରିଥିଲା ଟାଉନ୍ ଥାନା ପୁଲିସ । ଅପରାହ୍ଣ ପ୍ରାୟ ସାଢେ ୫ଟାରେ ବ୍ୟକ୍ତି ଜଣଙ୍କ ମୁକ୍ତିମଣ୍ଡପ ନିକଟ କୀର୍ତ୍ତନ ଚକଡାକୁଞ୍ଜରେ ବସି ଚାରିଆଡ଼େ ନିରୀକ୍ଷଣ କରିଥିଲେ । ଚଷମା ଜରିଆରେ ବିଭିନ୍ନ ଫଟୋ ଉଠାଇଥିଲେ । ଉପସ୍ଥିତ ଜେଟିପି ସନ୍ଦେହ କରି ତାଙ୍କୁ କାବୁ କରିଥିଲେ । କିଛିଦିନ ପୂର୍ବରୁ ପୁରୀର ଜଣେ ଯୁବକ ମଧ୍ୟ ଚଷମାରେ ସ୍ପାଏ୍ କ୍ୟାମେରା ନେଇ ଶ୍ରୀମନ୍ଦିରରୁ ଧରା ପଡ଼ିଥିଲେ । ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

Leave A Reply

Your email address will not be published.