ଡିଜିପି ସମ୍ମିଳନୀ : ପନ୍ନୁରୁ ଧମକପୂର୍ଣ୍ଣ ଭିଡିଓ । ଭୁବନେଶରକୁ ଟେରର ସିଟି ଘୋଷଣା
ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେଉଥିବା ଡିଜିପି ସମ୍ମଳନୀକୁ ନେଇ ଖଲିସ୍ତାନୀ ସମର୍ଥକ ପନ୍ନୁର ଖୋଲା ଧମକ। ଟେମ୍ପଲ ସିଟି ଭୁବନେଶ୍ବରକୁ ଟେରର ସିଟି କହିବା ସହ ସମ୍ମିଳନୀକୁ ଆତଙ୍କୀ ସମ୍ମିଳନୀ ଭାବେ ସମ୍ବୋଧନ କରିଛି ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁ , ଡିଜି ସମ୍ମିଳନୀରେ ଏନଆଇଏ, ସିଆରପିଏଫ, ବିଏସଫ, ଏନଏସଜି, ସିଆଇଏସଏଫ ଭଳି ୨୦୦ ସୁରକ୍ଷା ଅଧିକାରୀ ସାମିଲ ହେବେ । ହେଲେ ଦେଶର ଏହି ସୁରକ୍ଷା ଅଧିକାରୀଙ୍କୁ ଆତଙ୍କୀ କହିଛି ପନ୍ନୁ ।
ବଡ଼ କଥା ହେଉଛି, ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିବେ। ବୈଠକରେ ଦେଶର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ପନ୍ନୁ ଏହି ବୈଠକକୁ ଆତଙ୍କୀ ସମ୍ମିଳନୀ କହିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହେଡ୍ ଅଫ୍ ଟେରର୍ ଅର୍ଗାନାଇଜେନ୍ ବୋଲି କହିଛି ।
କେବଳ ସେତିକି ନୁହେଁ ରାଜଧାନୀକୁ ଆସି ପ୍ରତିବାଦ କରିବାକୁ ନିଜ ସମର୍ଥକଙ୍କୁ ଆହ୍ବାନ ବି ଦେଇଛି । ପନ୍ନୁର ଏଭଳି ଆକ୍ରମଣାତ୍ମକ ଭିଡିଓକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।