ଆଠଗଡ (ଆମ ଟିଭି): ଗୁଜୁରାଟରେ ପୋଲ ଦୁର୍ଘଟଣା ପରେ ଏବେ ପୁଣି ଆକ୍ଟିଭ୍ ମୁଡ଼ରେ ଆଠଗଡ଼ ପ୍ରଶାସନ । ମରାମତି କାର୍ୟ୍ୟ ପାଇଁ ଦିନଟିଏ ବନ୍ଦ ରହିବ ଆଠଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲ। ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲ ବନ୍ଦ ରହିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାରଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ। ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ ସ୍ଥାନୀୟ ପ୍ରଶାସନ । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ । ତାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।
ଗୁଜରାଟରେ ଝୁଲାପୋଲ ଭୁଶୁଡି ଶତାଧିକ ପ୍ରାଣ ଯିବା ପରେ ହଠାତ୍ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ । କଟକ ଧବଳେଶ୍ୱର ମନ୍ଦିର ପାଖରେ ଥିବା ଝୁଲାପୋଲକୁ ଗୋଟିଏ ଦିନ ପାଇଁ ପ୍ରଶାସନ ବନ୍ଦ କରିଦେଇଛି । ତେବେ ପୋଲର ସ୍ଥିତି ଦୁର୍ବଳ ଥିବା ନେଇ ଖବର ପ୍ରସାରଣ ପରେ ପୋଲର ଯାଞ୍ଚ ହେଉଥିବା କଥା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି ଠାରୁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ। ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ। ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପାଖରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ବାହିନୀ ଉପସ୍ଥିତ ରହିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।