ନୂଆଦିଲ୍ଲୀ(ଆମ ଟିଭି): ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ରାଜନୀତି ବଢିବା ରେ ଲାଗିଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାପନ ହୋଇଥିବାବେଳେ ଏବେ ଏହାକୁ ନେଇ ରାଜନୀତି ଜୋର ଧରିଛି। ରାମ ମନ୍ଦିରର ଉଦଘାଟନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତାମାନେ ଏହାକୁ ବିଜେପି ଏବଂ ଆରଏସଏସର କାର୍ଯ୍ୟକ୍ରମ ବୋଲି କହିଥିଲେ। ବର୍ତ୍ତମାନ କଂଗ୍ରେସ ନେତା ଦିଗବିଜୟ ସିଂ ଏହି ପ୍ରାଣପ୍ରତିଷ୍ଠାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଦିଗବିଜୟ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ଯେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଧାର୍ମିକ ଥିଲା ନା ରାଜନୈତିକ ଥିଲା। ସେହିପରି ଏହା ଆମର ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ କରାଯାଇଥିଲା କି ନାହିଁ? ଦିଗବିଜୟ ଲେଖିଛନ୍ତି ଯେ ମୁଁ ମୋର ହିନ୍ଦୁ ଧର୍ମ ପ୍ରେମୀଙ୍କୁ ପଚାରିବାକୁ ଚାହେଁ, ସେମାନେ ନିର୍ମାଣାଧୀନ କୌଣସି ମନ୍ଦିରର ପ୍ରାଣପ୍ରତିଷ୍ଠା ବିଷୟରେ ଦେଖିଛନ୍ତି ଓ ଶୁଣିଛନ୍ତି କି?