ଭୁବନେଶ୍ବର (ଆମ ଟିଭି): ଧାମନଗର ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ରାଜନୀତି। ସବୁ ରାଜନୈତିକ ଦଳ ଉପନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେନି। ଏହାରି ଭିତର ଧାମନଗର ଉପନିର୍ବାଚନ ପାଇଁ ଆସିଛି ତାରିଖ। ଆଗାମୀ ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ। ଏନେଇ ଭାରତର ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୧୫ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ। ଠିକ୍ ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ।
ନଭେମ୍ବର ୬ ତାରିଖରେ ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ ବୋଲି ଜଣାଯାଇଛି। ଏହି ଉପନିର୍ବାଚନ ପ୍ରକ୍ରିୟା ନଭେମ୍ବର ୮ ତାରିଖରେ ଶେଷ ହେବ। ଏନେଇ ଅକ୍ଟୋବର ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତ ପ୍ରକାଶ ପାଇବ। ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।