ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେଡି

0

ଭୁବନେଶ୍ୱର (ଆମ ଟିଭି): ସରଗରମ ହେଲାଣି ଧାମନଗର ଉପନିର୍ବାଚନ ହାୱା । ସବୁ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା ହୋଇସାରିଛି । ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ଏଥିପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶାସକ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି। ଅବନ୍ତୀ ଦାସ ହୋଇଛନ୍ତି ବିଜୁ ଜନତା ଦଳର ଧାମନଗର ପ୍ରାର୍ଥୀ।

ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମା’ଙ୍କ ଉପରେ ଭରସା ପ୍ରକଟ କରିବା ସହ ଧାମନଗର ଉପନିର୍ବାଚନ ପାଇଁ ମିଶନଶକ୍ତି ମା ତଥା ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

Leave A Reply

Your email address will not be published.