ଧାମନଗର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଭାବେ ଲଢିବେ ରାଜେନ୍ଦ୍ର ଦାସ !

0

ଧାମନଗର (ଆମ ଟିଭି): ଧାମନଗର ଉପନିର୍ବାଚନ ପାଇଁ ସରଗରମ ଧାମନଗର ରାଜନୀତି । କିଏ ହାତେଇବ ଧାମନଗର ଆସନ । ସେଥିପାଇଁ ସବୁ ଦଳ ବୈଦାନରେ ଜୋରଦାର ଫାଇଟ୍ ଚାଲିଛି । ଏହାରି ଭିତରେ ଧାମନଗର ଉପନିର୍ବାଚନ ପାଇଁ ୩ଦଳ ତାଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ଯୋଦ୍ଧା ଲଢ଼ିବା ପାଇଁ ପ୍ରସ୍ତୁତ । ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବା ପରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବେଳେ ଗତକାଲି ଶାସକ ଦଳ ଏବଂ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଗତକାଲି ବିଜେଡି ତାର ମହିଳା କାର୍ଡ ଖେଳିଛି ।

ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେପଟେ କଂଗ୍ରେସ ବାବଜୀ ସେଠୀଙ୍କୁ ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି । ତେବେ ନାମ ଘୋଷଣା ହେବା ପୂର୍ବରୁ ଶାସକ ଦଳ ପାଇଁ ଯେଉଁ ଚିନ୍ତା ଲାଗି ରହିଥିଲା ଯେ କାହାକୁ ଧାମନଗର ଟିକେଟ ଦିଆଯିବ ଯାହା ଆଶା କରାଯାଉଥିଲା ଗତକାଲି ଏହାର ଅନ୍ତ ଘଟିଛି ବୋଲି କିନ୍ତୁ ଏହା ହୋଇ ନାହିଁ । ଟିକେଟ ପାଇଁ ଆଶାୟୀ ହୋଇ ରହିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଗତକାଲି ଭୁବନେଶ୍ୱର ପାଇଁ ଡକାରା ଆସିଥିଲା ଯାହା ଆଶା କରାଯାଉଥିଲା ତାଙ୍କ ନାମରେ ଟିକେଟ ଫାଇନାଲ ହେବ ବୋଲି କିନ୍ତୁ ତାହା ହେଲା ନାହିଁ । ଟିକେଟ ପାଇଁ ଥିବା ତାଙ୍କର ଆଶା ମଉଳି ଯାଇଛି ।

ବିଜେଡି ସବୁ ବେଳେ ମାଷ୍ଟର କାର୍ଡ ଖେଳିବାରେ ମାହିର । ଯେଉଁ ଠାରେ ସମସ୍ତଙ୍କର ଭାବନାର ଅନ୍ତ ଥାଏ ବିଜେଡି ତାର ରଣନୀତି ସେହି ଠାରୁ ଆରମ୍ଭ କରେ । ତେଣୁ ଧାମନଗର ପାଇଁ ମଧ୍ୟ ବିଜେଡି କିଛି ଏଭଳି କରିବ ବୋଲି ଆଶା କରାଯାଉଥିଲା କିନ୍ତୁ କେହି ଭାବି ନଥଲେ ଯେ ବିଜେଡି ଧାମନଗର ପରୀକ୍ଷା ପାଇଁ ଏଭଳି ଅଙ୍କ କଷିଛି । ସୂଚନାମୁତାବକ ଯେତୋଟି ଉପନିର୍ବାଚନ ହେଲାଣି ବିଜେଡି କେଉଁ ଠାରେ ହାରି ନାହିଁ । ସବୁଠାରେ ବାଜିମାତ କରିବାର ରେକର୍ଡ ରହିଛି । କିନ୍ତୁ ଧାମନଗରର ଅଙ୍କ କିଛି ଅଡୁଆ । ଏଠାକାର ସ୍ଥିତି ପାଣି ପବନ ଏଭଳି ପରିବର୍ତ୍ତନ ହୁଏ ଯାହାକୁ କେହି ଭାବି ମଧ୍ୟ ପାରିବେ ନାହିଁ । ଗତ ନିର୍ବାଚନରେ ଗୋଷ୍ଠୀକନ୍ଦଳ ପାଇଁ ବିଜେଡି ପରାଜୟ ଦେଖିଥିଲା ତେବେ ପୁଣିଥରେ ଏଭଳି କିଛି ସ୍ଥିତି ହେବ ନାହିଁତ ? ଏଭଳି ପ୍ରଶ୍ନ ମଧ୍ୟ ଏବେ ସୃଷ୍ଟି ହେଲାଣି ।

Leave A Reply

Your email address will not be published.