ଧର୍ମଶାଳା (ଆମ ଟିଭି): ଇସ୍ତାଫା ଦେଲେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ। ବ୍ୟକ୍ତିଗତ କାରଣ ଦର୍ଶାଇ ଅନାସ୍ଥା ପୂର୍ବରୁ ଇସ୍ତାଫା ଦେଲେ ପ୍ରଭାତ ବଳବନ୍ତରାୟ । ଧର୍ମଶାଳା ବିଡିଓଙ୍କୁ ଦେଲେ ନିଜ ଇସ୍ତାଫା ପତ୍ର ।
କିଛିଦିନ ପୂର୍ବରୁ ପ୍ରଭାତଙ୍କ ବିରୋଧରେ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସରପଞ୍ଚ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଧାରରେ ପ୍ରଭାତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସମିତି ସଭ୍ୟ ଓ ସରପଞ୍ଚ। ଆଗାମୀ ୨୨ ତାରିଖରେ ଅନାସ୍ଥା ଥିଲା। ହେଲେ ସେ ଏହା ପୂର୍ବରୁ ଧର୍ମଶାଳା ବିଡିଓଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାଯାଇଛି।