ସମ୍ବଲପୁର ହିଂସା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଉଠିଲା ସମ୍ବଲପୁର ହିଂସା ପ୍ରସଙ୍ଗ । ଆଜି ପୁଣି ସମ୍ବଲପୁରର ହିଂସାକାଣ୍ଡ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ହନୁମାନ ଜୟନ୍ତୀରେ ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ବହୁତ୍ ଲୋକ ହତାହତ ହେଲେ ବହୁତ୍ ସମ୍ପତ୍ତି ହାନି ବି ହେଲା । ହନୁମାନ ଜୟନ୍ତୀ ଦିନ ଗୋଟିଏ ଆଦିବାସୀ ପିଲାର ହତ୍ୟା ବି ହେଲା। ସ୍ଥାନୀୟ ପୋଲିସ ଯେଉଁଭଳି ଭାବରେ ନିଜେ ଏଫଆଇଆରରେ ଲେଖିଛନ୍ତି ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁଭଳି ଭାବରେ କାର୍ୟ୍ୟାନୁଷ୍ଠାନ ହେବା କଥା ତାହା ପରିଲକ୍ଷିତ ହେଉ ନାହିଁ। ହିନ୍ଦୁ ସମାଜ ଉପରେ ଅତ୍ୟାଚାର ବଢୁଛି। ସମାଜର ମାନ୍ୟଗଣ୍ୟ ଲୋକମାନଙ୍କୁ ପୋଲିସ ନିର୍ଦ୍ଦିଷ୍ଟ ଭାବେ ଆରୋପ କରିକି ଦୋଷୀ ସାବ୍ୟସ୍ତ କରିବାର ଭୁଲ ଚେଷ୍ଟା କରୁଛି। ପୋଲିସ ଡ଼ିଜି, ସ୍ଥାନୀୟ ଡ଼ିଆଇଜି ଓ ସ୍ଥାନୀୟ ଏସପି ଏଠି ଏକ ତରଫା ଭାବେ କାମ କରୁଛନ୍ତି।

ଏହି ପ୍ରସଙ୍ଗରେ ପରବର୍ତ୍ତୀ ଅବସ୍ଥାରେ ଏସଟି କମିଶନର ସଦସ୍ୟ ମାନେ ଆସିଥିଲେ କିନ୍ତୁ ସ୍ଥାନୀୟ ପ୍ରଶାସନର ଅସହଯୋଗ ଥିଲା। ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ଏବିଷୟରେ ଅବଗତ ଥିଲେ। ଯେଉଁଥିପାଇଁ ଉଚ୍ଚସ୍ତରୀୟ ସଂସଦୀୟ ପ୍ରତିନିଧି ଦଳ ଫ୍ୟାକ୍ଟ ଫାଇଣ୍ଡିଂ କରିବା ପାଇଁ ପଠେଇଛନ୍ତି। ସେଥିପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ । ଶାନ୍ତିର ଅର୍ଥ ନୁହେଁ ବହୁ ସଂଖ୍ୟକ ସମାଜ ଉପରେ ଅତ୍ୟାଚାର କରିବା, ନାଲି ଆଖି ଦେଖେଇବା, କେସବାସର ଧମକ ଦେବା। ଶାନ୍ତିର ମାନେ ନିରପେକ୍ଷତା ଅବଲମ୍ବନ କରିବା।

 

 

Leave A Reply

Your email address will not be published.