ପଞ୍ଚାୟତିରାଜ ଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର । ରାଜ୍ୟ ଓ କେନ୍ଦ୍ରର ମିଳିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଶିଶୁ ଓ ମହିଲାଙ୍କ କ୍ଷେତ୍ରରେ ପଞ୍ଚାୟତରାଜି ବିଭାଗର ଭୂମିକା ନେଇ ଜାତୀୟ କର୍ମଶାଳା ମଞ୍ଚରେ ପଞ୍ଚାୟତରାଜି ମନ୍ତ୍ରୀ ପ୍ରଦୀପ ଅମାତ ଓ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଉପସ୍ଥିତିରେ କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ପଞ୍ଚାୟତରାଜି ଫଣ୍ଡରେ ହାତ ମାରନ୍ତୁ ନାହିଁ।

ପଞ୍ଚଦଶ ଅର୍ଥ କମିସନରୁ ଓଡ଼ିଶାକୁ ୮୫୦୦ କୋଟି ଆସିଛି।ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି। ଦିଲ୍ଳୀରୁ ସିଧା ଅର୍ଥ ପଞ୍ଚାୟତ ପାଇଁ ଆସୁଛି। ହେଲେ କନଭରଜେନ୍ସ ନାଁରେ ଦିଲ୍ଳୀ ପଳାଉଛି। କନଭରଜେନ୍ସ ନାଁରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି। ହେଲେ ଏହା ଉଚିତ୍ ନୁହେଁ । ଓଡ଼ିଶାରେ ରାଜସ୍ଵର ଅଭାବ ନାହିଁ। ସରପଞ୍ଚ, ଜିଲ୍ଳା ପରିଷଦ, ଅଧ୍ୟକ୍ଷଙ୍କ ପାଣ୍ଠିରେ ରାଜ୍ୟ ସରକାର ହାତ ନମାରିଲେ ଭଲ। ନାଚ ଗୀତରେ ୩୦୦୦ କୋଟି ଖର୍ଚ୍ଚ କରିଦେଲେ।। ପଞ୍ଚଦଶ ଅର୍ଥ କମିସନରେ ଅଧିକ ଅର୍ଥ ବରାଦ ହୋଇଥିଲେ ମଧ୍ୟ ପଞ୍ଚାୟତରାଜି ସଂସ୍ଥାଗୁଡିକ ଦାୟିତ୍ୱ ନନେଲେ କେନ୍ଦ୍ରୀୟ ଯୋଜନା କାର୍ୟ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

 

Leave A Reply

Your email address will not be published.