ନୂଆଦିଲ୍ଲୀ(ଆମ ଟିଭି): ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହାରି ଭିତରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ।
ଗତ ୫ ବର୍ଷରେ ଓଡ଼ିଶାରେ ୪୧୬ ହାତୀଙ୍କ ମୃତ୍ୟୁ ହୋଇଛି । ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃ୍ତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁମୁଖରେ ପଡ଼ିଥିବାବେଳେ ଏହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ । ହାତୀ ଭଳି ଅନ୍ୟ ବନ୍ୟପ୍ରାଣୀଙ୍କୁ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ । ହାତୀଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।