କୋଟିଆ (ଆମ ଟିଭି): କୋଟିଆ ଗଲେ, ଆନ୍ଧ୍ର ଅଧିକାରୀଙ୍କୁ ଟାର୍ଗେଟ କଲେ । କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ କହି, ଉତ୍କଳ ଦିବସରେ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥି ସହ ଆନ୍ଧ୍ର ପୋଲିସ ଗୋବ୍ୟାକର ନାରା ଦେଇଛନ୍ତି ଧର୍ମେନ୍ଦ୍ର । ଦିନିକିଆ କୋଟିଆ ଗସ୍ତରେ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା କୋଟିଆରେ ପହଞ୍ଚି ସିଧାସଳଖ ଚେତାବନୀ ଦେଇଛନ୍ତି ।
ଏଥିସହ ସୀମା ବିବାଦ ଉପରେ ଓ ଅନ୍ୟାନ୍ୟ ବିଷୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ ୬ ଜଣିଆ ବିଜେପି ବିଧାୟକ ମଧ୍ୟ ରହିଛନ୍ତି । ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ।