ମୋତେ ମାଇକ୍ ଦେବାକୁ ମନା କଲେ ଧର୍ମେନ୍ଦ୍ର: ଅଶୋକ ପଣ୍ଡା

0

ଭୁବନେଶ୍ୱର (ଆମ ଟିଭି): ରାଉରକେଲାକୁ ବିମାନ ଉଡ଼ାଣ ଉତ୍ସବରେ ମୋଦୀଙ୍କ ଫଟୋ ନ ରହିବାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଅରୋପ ପ୍ରତ୍ୟାରୋପର ରାଜନୀତି । ଗତକାଲି ଏହି ପ୍ରସଙ୍ଗରେ ବିଜେଡିକୁ ବିଜେପି ଘେରିଥିବା ବେଳେ ଆଜି ବାହାରିଥିବା ଖବରକାଗଜ ବିଜ୍ଞାପନକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଶାଳ ହୃଦୟର କଥା କହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାନତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଯଦି ବିଶାଳ ହୃଦୟ ଥିଲା ତେବେ ଆଜି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ଦେଲେନି ବୋଲି ପ୍ରଶ୍ନ କରିଛନ୍ତି ଅଶୋକ । ବିଜ୍ଞାପନରେ ଲିଙ୍ଗରାଜ ମନ୍ଦିରର ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଫଟୋ ଦେଇପାରିଥାନ୍ତେ ବୋଲି କହିଛନ୍ତି ଅଶୋକ ।

ସେହିଭଳି ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡାଣ ଉଦଘାଟନୀ ସମାରୋହ ଘଟଣାକୁ ନେଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ବିମାନବନ୍ଦର ପରିସରରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ଓ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲୁ କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ହୀନ ମାନ୍ୟତା କଥା କହିଲେ । ଏହାକୁ ବରଦାସ୍ତ କରାଯାଇ ନପାରେ କହି ସ୍ୱର ଶାଣିତ କରିଥିଲେ । ଘର କଥା କହି ଓଡ଼ିଆରେ କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ପରବର୍ତୀ ମୁହୂର୍ତ୍ତରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୀନ ମାନ୍ୟତା କଥା କହିଥିଲେ । କିନ୍ତୁ ଏପ୍ରସଙ୍ଗରେ କହିବାକୁ ଯେତେବେଳେ ମୁଁ ଚାହିଁଲି ସେତେବେଳେ ମୋତେ ମାଇକ ଦେବାକୁ ମନା କରିଥିଲେ ଧର୍ମେନ୍ଦ୍ର ବୋଲି ଅଭିଯୋଗ କରିଛନ୍ତି ଅଶୋକ ପଣ୍ଡା ।

Leave A Reply

Your email address will not be published.