କର୍ମୀଙ୍କ ସହ ଚା ପିଇ ଧର୍ମେନ୍ଦ୍ରଙ୍କ ଆଲୋଚନା

0

କଟକ(ଆମ ଟିଭି): ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ କାଳିଆବୋଦାସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ସେ ୧୫ ମିନିଟ୍ ପର୍ୟ୍ୟନ୍ତ ମନ୍ଦିର ପରିସରରେ ଅତିବାହିତ କରିବା ସହ ସହ ଚା’ ପିଇଥିଲେ। ଏହି ସମୟରେ ଧର୍ମେନ୍ଦ୍ର କଟକର ଭାଜପା ନେତାମାନଙ୍କ ସହିତ ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରି ନ ଥିଲେ ମଧ୍ୟ ଦଳର କାର୍ୟ୍ୟ ବିଷୟରେ ପଚାରି ବୁଝିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଏହି ଅବସରରେ ପୂର୍ବତନ କର୍ପୋରେଟର ତଥା ବିଜେଡି ନେତ୍ରୀ ସଙ୍ଗୀତା ଶର୍ମା ତାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ବାର୍ତ୍ତାଳାପ ହୋଇଥିଲା।

ଏହି ଘଟଣା କଟକ ରାଜନୀତିକୁ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଛି। ପରେ ଉପସ୍ଥିତ ଥିବା ଦଳୀୟ ନେତା ଓ କର୍ମୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଲଡ଼ୁ ଖୁଆଇ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ କଟକ ଗସ୍ତ ଅବସରରେ ମନ୍ଦିର ପରିସରରେ ଚା’ ପିଇ ଦଳୀୟ ନେତା ଓ କର୍ମୀଙ୍କ ସହ କଥାବାର୍ତ୍ତା ହେବା ଏକପ୍ରକାର ଚା’ ଖଟିର ଦୃଶ୍ୟକୁ ଉଜ୍ଜୀବିତ କରିଛି, ଯାହାକି ନିର୍ବାଚନ ପୂର୍ବରୁ ଏବେ କଟକରେ ପୁନର୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.