ପୁଣି ଚୀନର ରାଷ୍ଟ୍ରପତି ହେବେ ସି ଜିନପିଙ୍ଗ୍

0

ବେଜିଂ : ରବିବାରଠାରୁ ଚୀନର ରାଜଧାନୀ ବେଜିଂରେ ଆରମ୍ଭ ହେଉଛି ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀ ଅବସରରେ ଚୀନର ନୂଆ ନେତାମାନଙ୍କ ସଂପର୍କରେ ଘୋଷଣା ହେବ । ରାଷ୍ଟ୍ରପତି ସି ଜିନପିଙ୍ଗ୍ ପୁଣି ଥରେ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଗ୍ରହଣ କରିବା ନିଶ୍ଚିତ ବୋଲି କୁହାଯାଉଛି । ଏପରି ହେଲେ ସେ କ୍ରମାଗତ ୩ୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବେ । ଚୀନ  କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଚୀନର ସବୁଠାରୁ କ୍ଷମତାଶାଳୀ ପଦ ଭାବେ ଜଣାଶୁଣା । ଏହି ପଦରେ ଆସୀନ ଥିବା ବ୍ୟକ୍ତି ଚୀନ ରାଷ୍ଟ୍ରପତି ପଦ ଗ୍ରହଣ କରିଥାନ୍ତି ।

ପୁଣି ଥରେ ମହାସଚିବ ଓ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ୍ ଚୀନ କମ୍ୟୁନିଷ୍ଟ ପାର୍ଟି ଓ ଦେଶର କ୍ଷମତା ଉପରେ ନିଜର ନିୟନ୍ତ୍ରଣକୁ ଆହୁରି ସୁଦୃଢ କରିବାର ସମ୍ଭାବନା ରହିଛି । ଏପରି ଚୀନର ପ୍ରତିଷ୍ଠାତା ମାଓ ସେ ତୁଙ୍ଗଙ୍କ ପରେ ସେ ଚୀନର ୨ୟ ସବୁଠାରୁ ପ୍ରଭାବଶାଳୀ ନେତାରେ ପରିଣତ ହେବେ । ମାଓ ଯେପରି ନିଜର ମୃତ୍ୟୁ ପର୍ଯ୍ୟନ୍ତ ଚୀନର ରାଷ୍ଟ୍ରପତି ଥିଲେ ସି ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଚୀନର ରାଷ୍ଟ୍ରପତି ରହିବାର ପଥ ପ୍ରଶସ୍ତ ହେବାରେ ଲାଗିଛି ।

Leave A Reply

Your email address will not be published.