ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲ କୁ ନେଇ ଏକ ବଡ଼ ଖବର ଆସିଛି। ଆଇପିଏଲ ୨୦୨୪କୁ ଆହୁରି ଅନେକ ଦିନ ବାକି । ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା । ଏହାସହ ଡିସେମ୍ବର ମାସରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ବି ଆରମ୍ଭ ହେବ । ତେବେ ଏହି ପ୍ରକ୍ରିୟା ଭିତରେ ଅନେକ ଫ୍ରାଞ୍ଚାଇଜ କିଛି ଖେଳାଳିଙ୍କୁ ରିଟେନ ରଖି ଅନ୍ୟ କିଛି ଖେଳାଳିଙ୍କୁ ରିଲିଜ କରିଛି । ଏହି ପ୍ରକ୍ରିୟାରେ ମହେନ୍ଦ୍ର ସିଂ ଧୋନୀ ବି ସାମିଲ ଅଛନ୍ତି । ୨୦୨୪ ଆଇପିଏଲ ପାଇଁ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ ରିଟେନ ରଖିଛି । ଫ୍ରାଞ୍ଚାଇଜ ସ୍ପଷ୍ଟ କରିଛି ଯେ, ୨୦୨୪ରେ ଧୋନୀ ଚେନ୍ନାଇ ପାଇଁ ଖେଳୁଥିବାର ନଜର ଆସିବେ ।
୨୦୨୦ ମସିହାରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଲେ ସେବେଠାରୁ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ଆଉ ପ୍ରତି ବର୍ଷ ଆଇପିଏଲରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ହୋଇଥାଏ । କେବେ ଧୋନୀ ଆଇପିଏଲରୁ ଅବସର ନେବେ ତାକୁ ତର୍କ ବିତର୍କ ଆରମ୍ଭ ହୋଇଥାଏ । ହେଲେ ଏହି କଥା ଧୋନୀଙ୍କ ଛଡା ଆଉ କେହି ଜାଣି ନହାନ୍ତି ।