ଯୁଦ୍ଧ କରିବେ ଧୋନୀ ! କେନ୍ଦ୍ରର ନୂଆ ନିର୍ଦ୍ଦେଶନାମା ପରେ ସମ୍ଭାବନା

0

ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉଗ୍ର ରୂପ ନେବାରେ ଲାଗିଛି । ଏଭଳି ସ୍ଥିତିରେ ଭାରତ ସରକାର ଜାରି କରିଛନ୍ତି ନୂଆ ଆଡଭାଇଜରି । ସମସ୍ତ ସେନାଧିକାରୀଙ୍କ ଛୁଟି ବାତିଲ କରିବାକୁ ସେମାନଙ୍କୁ ତୁରନ୍ତି ଆସି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମକୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ କ୍ରିକେଟର ତଥା ଇଣ୍ଡିଆ ଟିମର ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ୍ ଧୋନୀ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।

ଏମଏସ ଧୋନି ଟେରିଟୋରିଆଲ ଆର୍ମଫୋର୍ସର ଲେଫ୍ଟେନାଣ୍ଟ କର୍ଣ୍ଣେଲ ପଦ ପାଇଛନ୍ତି। ଏହି ପଦ ପାଇବା ପରେ କାଶ୍ମୀରରେ ଏକ ସେନା ଅଭିଯାନରେ ସେ ସାମିଲ ହୋଇଥିଲେ, ଅବଶ୍ୟ ଏହା କିଛି ମାତ୍ର ଦିନର ଥିଲା। ଏବେକା ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଆବଶ୍ୟକ ପଡିଲେ ଧୋନୀଙ୍କୁ ଯୁଦ୍ଧ ପାଇଁ ଓହ୍ଲାଇବାକୁ ପଡିବ ।

ଯଦିଓ ଇଣ୍ଡିଆନ୍ ଟେରିଟୋରିଆଲ ଆର୍ମ ଫୋର୍ସ ସେନାର ଏକ ଅଂଶ କିନ୍ତୁ ଏହା ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରେ । ସିଧାସଳଖ ମୋର୍ଚ୍ଚା ଗ୍ରହଣ କରେ ନାହିଁ, କିନ୍ତୁ ଯେତେବେଳେ ଯୁଦ୍ଧ ସମୟ ଆସେ, ଏହାକୁ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଇଥାଏ। ଏହା ଭାରତୀୟ ସେନାର ଏକ ଅଂଶ ଓ ସ୍ୱେଚ୍ଛାସେବୀ ସଂଗଠନ। ସେନା ପକ୍ଷରୁ ଆଞ୍ଚଳିକ ସେନାକୁ ତାଲିମ ଦିଆଯାଇଥାଏ । ଜରୁରୀକାଳୀନ ପରିସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ଯୋଗାଇବା ହେଉଛି ଏହି ସେନାର କାମ ।

Leave A Reply

Your email address will not be published.