ମଧୁମେୟ ରୋଗୀ ରାତିରେ ଖାଇପାରିବେ ଏହି ସବୁ ଖାଦ୍ୟ

0

ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ନିୟମ ରହିଛି। ଯାହା ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିନଥାଏ। ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିବା ନିତାନ୍ତ ଆବଶ୍ୟକ। ଏମାନେ ଭିଟାମିନ,ପ୍ରୋଟିନ ଓ ଫାଇବର ମାତ୍ରା ଥିବା ଖାଦ୍ୟ ସେବନ କରିବା ଉଚିତ୍‍। ବିଶେଷ କରି ରାତି ଖାଦ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ ମଧୁମେହ ରୋଗୀ ରାତିରେ କେଉଁ ଖାଦ୍ୟ ଖାଇବା ଉଚିତ ..

ସାଧାରଣତଃ ରାତି ଖାଦ୍ୟରେ ସୋଡିୟମର ମାତ୍ରା କମ ଥିବା ଖାଦ୍ୟ ସେବନ କରନ୍ତୁ। ବିଶେଷଜ୍ଞଙ୍କ ମତାନୁଯାୟୀ, ରାତିରେ କମ ଲୁଣ ବ୍ୟବହାର ହୋଇଥିବା ଖାଦ୍ୟ ଖାଆନ୍ତୁ। ଦିନ ଯାକ ଆବଶ୍ୟକ ପରିମାଣରେ ଯେଉଁ ଲୁଣ ଖାଆନ୍ତି , ତାହା ଶରୀର ପାଇଁ ଯଥେଷ୍ଟ ହୋଇଥାଏ। ତେଣୁ ରାତିରେ ଖୁବ କମ ପରିମାଣରେ ଲୁଣ ବ୍ୟବହାର ହୋଇଥିବା ଖାଦ୍ୟ ଖାଆନ୍ତୁ।

ରାତି ଖାଦ୍ୟ କେତେ ପରିମାଣରେ ଖାଉଛନ୍ତି ତାହା ମଧ୍ୟ ଧ୍ୟାନ ଦିଅନ୍ତୁ। ରାତିରେ ସମୟରେ ଅଧିକ ପରିମାଣରେ ଖାଦ୍ୟ ଖାଆନ୍ତୁ ନାହିଁ।

ରାତିରେ ଖାଦ୍ୟରେ ଏହା ସାମିଲ କରନ୍ତୁ ..

ବିନସ୍‍ ଅଣ୍ଡା

ଫଳ କିମ୍ବା କ୍ଷୀର

ପାଳଙ୍ଗ ଓ ବ୍ରୋକୋଲି

ଛତୁ

କମ୍‍ ମସଲା ବ୍ୟବହାର ହୋଇଥିବା ଚିକେନ୍‍

ଦଲିଆ

Leave A Reply

Your email address will not be published.