ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି, ୪୦ରୁ ଅଧିକ ପିଲା ମେଡିକାଲରେ ଭର୍ତ୍ତି

0

କଟକ (ଆମ ଟିଭି): କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି। ଦୁଇଟି ହଷ୍ଟେଲର ୪୦ରୁ ଅଧିକ ପିଲା କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହଷ୍ଟେଲ ଖାଦ୍ୟ ଖାଇ ସେମାନେ ଅସୁସ୍ଥ ହୋଇଥିବାର ଅନୁମାନ କରାଯାଉଛି। ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଏସିବି ଟିମ। ପରବର୍ତୀ ସମୟରେ ଯାଞ୍ଚ କରାଯିବ କାହିଁକି ଏମିତି ଘଟିଲା ।

ନିୟୁ ପିଜି ହଷ୍ଟେଲର ୩୭ ଜଣ ଓ ଧର୍ମପଦ ହଷ୍ଟେଲର ୭ ଜଣ ଏସିବିରେ ଭର୍ତ୍ତି ହୋଇଛନ୍ତି। ତେବେ ଏ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ଭିସି ଓ SCB ସୁପରିଟେଣ୍ଡେଣ୍ଟ ।

Leave A Reply

Your email address will not be published.