ଉତ୍କଳ ମଣ୍ଡପରେ ମା’ଙ୍କୁ ମନେ ପକାଇ ଏମିତି କହିଲେ ରାଷ୍ଟ୍ରପତି ?
ଭୁବନେଶ୍ୱର(ଆମ ଟିଭି): ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍କଳ ମଣ୍ଡପରେ ଭାଷଣ ଦେବା ସମୟରେ ମାଆଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାନ୍ଧୀଜୀ ଏବଂ ଛତ୍ରପତି ଶିବାଜୀଙ୍କ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି ମାତୃକରୁଣା ଜଣେ ବ୍ୟକ୍ତିଙ୍କୁ ଅସାଧାରଣ ପ୍ରତିଭାର ଅଧିକାରୀ କରାଏ । ପିତାମାତା, ଗୁରୁଜନଙ୍କ ସେବା ହିଁ ମାନବ ଧର୍ମ ବୋଲି କହିଛନ୍ତି ରାଷ୍ଟ୍ରପତି ।
ବୃଦ୍ଧ ପିତା, ମାତାଙ୍କର ଯତ୍ନ ଆମେ ଠିକ୍ ସମୟରେ ନେଉଛେ କି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି । ବାପା, ମାଆଙ୍କ ଫଟୋ ପୂଜା କରିବା ବଦଳରେ ତାଙ୍କର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ସାମାଜିକ, ଆର୍ଥିକ ସହ ଆଧ୍ୟାତ୍ମକ ବିକାଶ ଜରୁରୀ ବୋଲି ଆଜି ସୁଖ ଅପହଞ୍ଚ ନୁହେଁ ମାନସିକ ଶାନ୍ତି ଅପହଞ୍ଚ । ଆତ୍ମା ସୁଦ୍ଧି ପାଇଁ ଯୋଗ ଜରୁରୀ ବୋଲି କହିଛନ୍ତି ରାଷ୍ଟ୍ରପତି ।