ଦିଦି ନମ୍ବର ୧” କାର୍ଯ୍ୟକ୍ରମ ପଦାର୍ପଣ କରିଛି ୮୦୦ ଏପିସୋଡରେ*
ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ ଓ ମନ ପସନ୍ଦର କାର୍ଯ୍ୟକ୍ରମ “ଦିଦି ନମ୍ବର ୧” କାର୍ଯ୍ୟକ୍ରମକୁ ମିଳିଛି ଦର୍ଶକ ଙ୍କ ଅହେତୁକ ଭଲ ପାଇବା । ଏହି ଧାରାବାହିକ ୩୧ ମେ ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ଦେଖୁ ଦେଖୁ ସାଜିଥିଲା ସମସ୍ତଙ୍କର ଅତି ପ୍ରିୟ ।
“ଦିଦି ନମ୍ବର ୧” କାର୍ଯ୍ୟକ୍ରମ ଅନେକ ପ୍ରଶଂସା ହାତେଇବା ପରେ ତାହା ୮୦୦ ଏପିସୋଡରେ ପଦାର୍ପଣ କରିଛି । ଏହା ଓଡିଶାର ଏକ ମାତ୍ର ଏମିତି କାର୍ଯ୍ୟକ୍ରମ ଯେଉଁଥିରେ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ ମହିଳାମାନେ ଭାଗ ନେବା ସହିତ ନିଜର ପ୍ରତିଭା ପ୍ରଦର୍ଶନ କରିଥାନ୍ତି । ଏହି ମଞ୍ଚରେ ଦିଦି ମାନେ ନିଜ କାହାଣୀ ଦ୍ୱାରା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାନ୍ତି । କୁନି କୁନି ପିଲାମାନେ ମଧ୍ୟ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଥାନ୍ତି।
ଜୀ ସାର୍ଥକର ଏହି “ଦିଦି ନମ୍ବର ୧” କାର୍ଯ୍ୟକ୍ରମର ଅଭିନବ ଯାତ୍ରାରେ ନିଜକୁ ସାମିଲ କରି ଏମିତି ଆଗକୁ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।