ମୁକୁଲ ରୟକୁ ନେଇ ଏମିତି କହିଲେ ଦିଦି

0

କୋଲକାତା: ମୁଁ ଏବେ ମଧ୍ୟ ‘ବିଜେପି’ ବିଧାୟକ ଏବଂ ‘ବିଜେପି’କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହେଁ। ମଙ୍ଗଳବାର ରାତିରେ ‘ତୃଣମୂଳ କଂଗ୍ରେସ’ ନେତା ମୁକୁଲ୍‌ ରୟ ଏକ ନିଉଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଭଳି କହିଥିଲେ। ମୁକୁଲଙ୍କ ବିଜେପି ପ୍ରେମ ଦେଖି ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ବିଜେପିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିବା ମୁକୁଲ ରୟଙ୍କୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ କହିଛନ୍ତି ଯେ କେହି ଦିଲ୍ଲୀ ଯିବାକୁ ଚାହୁଁଛନ୍ତି କି ନାହିଁ, ତାହା ସେହି ବ୍ୟକ୍ତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। କିନ୍ତୁ ମୁଁ ଶୁଣିଛି ତାଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ମୁକୁଲ ରୟଙ୍କୁ ଅପହରଣ କରାଯାଇଛି। ଏନେଇ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ମୁଁ ଭାବୁଛି ବିଜେପି କିପରି ବ୍ୟବହାର କରୁଛି ଆପଣ ନିଶ୍ଚୟ ଜାଣିଥିବେ। ମୁଁ ଜାଣେ ମୁକୁଲ ରୟ ଜଣେ ବିଜେପି ବିଧାୟକ। ହୋଇପାରେ ତାଙ୍କୁ ଧମକ ଦେଇ ସେଠାକୁ ଡକାଯାଇଛି। ଏହା ବହୁତ ଛୋଟ କଥା।

ତେବେ ମୁକୁଲ ରୟ କ୍ରମାଗତ ଭାବରେ ବିଜେପିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ବିଜେପି କହିଛି ଯେ ଦଳ ତାଙ୍କୁ ସାମିଲ କରିବା ପ୍ରତି ଆଗ୍ରହୀ ନୁହେଁ।

ଉଲ୍ଲେଖଯୋଗ୍ୟ, ବ୍ୟକ୍ତିଗତ କାର୍ଯ୍ୟରେ ରୟ ସୋମବାର ରାତିରେ ନୂଆଦିଲ୍ଲୀ ଯାଇଥିବା ବେଳେ ସେ ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ‌କରିଥିଲେ। କିନ୍ତୁ ମଙ୍ଗଳବାର ସନ୍ଧ୍ୟାବେଳେ ରୟ ଏକ ବଙ୍ଗଳା ନିଉଜ୍‌ ଚାନେଲ୍‌କୁ କହିଥିଲେ ‌ଯେ, ମୁଁ ଜଣେ ‘ବିଜେପି’ ବିଧାୟକ। ମୁଁ ‘ବିଜେପି’କୁ ସମର୍ଥନ କରିବି। ଦଳ ମୋ ରହଣି ପାଇଁ ବ୍ୟବସ୍ଥା କରିଛି। ମୁଁ ଅମିତ ଶାହଙ୍କୁ ଭେଟିବାକୁ ଓ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହେଁ।

Leave A Reply

Your email address will not be published.