ପୂଜା ବଜାର ରେ ରିଲିଜ ହେଲା ” ଦିଲ୍ ଟା ନେଇଗଲା “*

0

Omm Som Entertainment ବ୍ୟାନର ରେ ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ରେ ରିଲିଜ ହେଲା ମିୟୁଜିକ୍ ଭିଡିଓ “ଦିଲ୍ ଟା ନେଇଗଲା

ପୂଜା ବଜାର କୁ ଆଖି ଆଗରେ ରଖି ଆଗଧାଡିର ମେଗା ଧାରାବାହିକ ଓ ଆଲବମ ଜଗତର ବଛା ବଛା ୬ ଜଣ ଅଭିନେତା ଅଭିନେତ୍ରୀ ମାନଙ୍କୁ ନେଇ ବଡ଼ ବଜେଟ ରେ ତିଆରି ହୋଇଛି ମ୍ୟୁଜିକ୍ ଭିଡିଓ “ଦିଲ୍ ଟା ନେଇଗଲା” । ରୁଦ୍ରପ୍ରସାଦ ନାୟକ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ କଣ୍ଠଦାନ କରିଛନ୍ତି ହିୟୁମାନ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ ଗୀତ ଟିକୁ ଲେଖିଛନ୍ତି ଏମ୍ ରାଜେନ୍ଦ୍ର ଓ ଏମ୍ ନରେନ୍ଦ୍ର । ସେହିପରି ଗୀତଟି ରେ ଅଭିନୟ କରିଛନ୍ତି ଦେବ୍, ଅସୀମା,ପ୍ରଦ୍ୟୁସ୍ , ରୋମ୍ୟାଞ୍ଜଳୀ, ସଞ୍ଜୟ ଓ ସିମିରନ୍ । ତା ସହ ଏବେ ଟ୍ରେଡ୍ ରେ ଥିବା ନିର୍ଦ୍ଦେଶକ ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ କୋରିଓଗ୍ରାଫି କରିଛନ୍ତି ଡି ଦୀପକ୍ ଓ ଏହି ଗିତ ଟିରେ ପ୍ରଯୋଜକ ଭାବେ ଅଛନ୍ତି ରାଜେନ୍ଦ୍ର ମାଥାନ୍ ।

ଏଣୁ ଏହି ଦଶହରା ସମୟରେ ବଡ଼ ପରଦାରେ ବହୁ ଗୁଡ଼ିଏ ବଡ଼ ବଡ଼ ଚଳଚ୍ଚିତ୍ର ରିଲିଜ ହେଉଥବା ବେଳେ ଏହି ଚଳଚ୍ଚିତ୍ର ର ଗୀତ ଗୁଡ଼ିକ ଏବେ ୟୁଟ୍ୟୁବରେ ବେସ୍ ଲୋକ ପ୍ରିୟତା ହାସଲ କରୁଛି । ଏଣୁ ଏହି ଚଳଚ୍ଚିତ୍ରର ଗୀତ କୁ ବି ୟୁଟ୍ୟୁବରେ ଟକର ଦେବ ବାବୁ ବାବୁ ଙ୍କ ନିର୍ଦ୍ଦେଶିତ ମ୍ୟୁଜିକ୍ ଭିଡିଓ ” ଦିଲ୍ ଟା ନେଇଗଲା ” । ତା ସହ ଆଜିର ସମୟରେ କେମିତି ଭଲ ଭଲ ମ୍ୟୁଜିକ୍ ଭିଡିଓ କରି ଆମ ଓଡିଆ ଇଣ୍ଡଷ୍ଟ୍ରି କୁ ଆମେ ଆଗକୁ ନେଇଯାଇପାରିବା ।

Leave A Reply

Your email address will not be published.