ନିର୍ଦ୍ଦେଶକ ବାବୁ ବାବୁଙ୍କର ୭ଟି ମ୍ୟୁଜିକ୍ ଭିଡିଓ ରଜରେ ରିଲିଜ୍*
ନିର୍ଦ୍ଦେଶକ ବାବୁ ବାବୁ ଗୋଟିଏ ପରେ ଗୋଟିଏ ମ୍ୟୁଜିକ୍ ଭିଡ଼ିଓ ହିଟ୍ ଦେଉଥିବାରୁ ଏବେ ପ୍ରଯୋଜକଙ୍କର ଧାଡି ଲମ୍ବିଛି ନିର୍ଦ୍ଦେଶକ ବାବୁ ବାବୁ ଙ୍କ ପଛରେ l କିଛି ମାସ ପୂର୍ବରୁ ଗୋଟିଏ ଦିନରେ ୧୦ଟି ମ୍ୟୁଜିକ୍ ଭିଡ଼ିଓ ରିଲିଜ୍ କରି ରେକର୍ଡ କରିଥିଲେ l ରଜରେ ଏକା ସାଙ୍ଗରେ ୭ଟି ମ୍ୟୁଜିକ୍ ଭିଡ଼ିଓ ରିଲିଜ୍ କରି ପୁଣି ରେକର୍ଡ କରିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ l ରଜ ସଂକ୍ରାନ୍ତି ଅବସରରେ ନୟାପଲ୍ଲୀ ରାବଣ ପୋଡି ପଡ଼ିଆରେ ଅନୁଷ୍ଠିତ ହେଉଥିବା ରଜ ମହୋତ୍ସବ ମଞ୍ଚରେ ନିର୍ଦ୍ଦେଶକ ବାବୁ ବାବୁଙ୍କର ୭ଟି ମ୍ୟୁଜିକ୍ ଭିଡ଼ିଓକୁ ମଞ୍ଚାସିନ ଥିବା ଅତିଥି ଶ୍ରୀମତୀ ବନ୍ଦିତା ବେହେରା, କର୍ପୋରେଟର, ଶ୍ରୀଯୁକ୍ତ ପ୍ରଣୟ ଜେଠୀ, ମିଡ଼ିଆ ପ୍ଲାନର କ୍ରିଏତଭ ହେଡ଼ଙ୍କ, ସମାଜସେବୀ ତଥା ରଜ ମହୋତ୍ସବର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅର୍ଜୁନ ବେହେରାଙ୍କ ସମେତ ମ୍ୟୁଜିକ୍ ଭିଡ଼ିଓ ଗୁଡିକର ପ୍ରଯୋଜକ, ଅଭିନେତା ଓ ଅଭିନେତ୍ରୀମାନଙ୍କ ଉପସ୍ଥିତରେ “ରଜ ପାନ ଖାଇ ଦୋଳି ଖେଳିବା ଆସ, ଯଦି ଏମିତି ଗେହ୍ଲେଇ, ଇନ୍ଷ୍ଟା ବାୟାଣୀ, ଚୁର ଚୁର କରି ଦେଉ ଦିଲ୍, ଲେଖା ଛିଡେଇ, ପ୍ରେମର ଅତଏବ ଉତ୍ତର, ରଜ ଗୀତ ଗାଏ”…. ଶୀର୍ଷକ ୭ଟି ମ୍ୟୁଜିକ୍ ଭିଡ଼ିଓ ରିଲିଜ୍ ହୋଇଛି l ବାବୁ ବାବୁ ନିର୍ଦ୍ଦେଶିତ ସବୁ ଗୀତ ଟ୍ରେଣ୍ଡିଂ ରେ ଥାଏ l ବିଶେଷତ୍ୱ ହେଲା, ତାଙ୍କ ନିର୍ଦ୍ଦେଶୀତ ଗୀତ ଗୁଡିକରେ ସାମାଜିକ ବାର୍ତ୍ତା ରହିଥାଏ l ସେ ଜଣେ ସଫଳ ଏବଂ ଭାଗ୍ୟଶାଳୀ ନିର୍ଦ୍ଦେଶକ ଭାବେ ଇଣ୍ଡଷ୍ଟ୍ରିରେ ପରିଗଣିତ ହେଉଥିବାରୁ ନିର୍ଦ୍ଦେଶକ ବାବୁ ବାବୁଙ୍କୁ ରଜ ମହୋତ୍ସବ କମିଟି ତଥା ଉପସ୍ଥିତ ଅତିଥି ପ୍ରଶଂସା କରିଥିଲେ l