ରାଷ୍ଟ୍ରପତିଙ୍କୁ ଅସମ୍ମାନ: ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ

0

ଭୁବନେଶ୍ୱର (ଆମ ଟିଭି): ରାଷ୍ଟ୍ରପତିଙ୍କୁ ଅପମାନ । ସମ୍ମାନିତ ରାଷ୍ଟ୍ରପତିଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ ‘ ଭାବରେ କହି ସମ୍ପୂର୍ଣ୍ଣ ଘୃଣ୍ୟ ଏବଂ ଅସମ୍ମାନ କରିଛନ୍ତି । ସଂସଦ ଭଳି ଏକ ପବିତ୍ର ଗୃହରେ କଂଗ୍ରେସର ସାଂସଦଙ୍କ ଏଭଳି ଅସମ୍ମାନ ସୂଚକ ବୟାନ ପାଇଁ ଏବେ ସାରା ଦେଶରେ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ସଂସଦ ତ ଉଠୁଛି ପଡ଼ୁଛି, ରାଜରାସ୍ତାରେ ବି ବିରୋଧ ହେଲାଣି । ପଲ୍ଲୀ ଠୁ ଦିଲ୍ଲୀ, ସବୁଠି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଧାସନସଭା ଠୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ସବୁଠି କଂଗ୍ରେସର ଏହି ଔଦ୍ଧତ୍ୟାମିକୁ ନେଇ ରାଜନୀତି ଜୋରଦାର ହୋଇଛି । କଂଗ୍ରେସର ଏପରି ହୀନ ରାଜନୀତିକୁ ସମସ୍ତେ ନିନ୍ଦା କରୁଛନ୍ତି ।

ଏଣୁ ଏହା ବିରୁଦ୍ଧରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ବିଜେପି କାର୍ୟ୍ୟଳୟ ନିକଟ ରାମ ମନ୍ଦିର ଛକରେ କୁଶପୁତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ସାଂସଦଙ୍କ ଏଭଳି ବୟାନକୁ ସାରା ଦେଶ କେବେ କ୍ଷମା ଦେବ ନାହିଁ ବୋଲି କୁହାଯାଉଛି ।

 

Leave A Reply

Your email address will not be published.