କଟକ (ଆମ ଟିଭି) : କଂଗ୍ରେସ ସାଂସଦ ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ଏବେ ସବୁଠି ବିରୋଧ ଦେଖିବାକୁ ମିଳିଛି । ସଂସଦ ଠାରୁ ସଡ଼କ ଯାଏ ସବୁଠି ବିକ୍ଷୋଭ ଦେଖିବାକୁ ମିଳୁଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟଙ୍କ ନେଇ ଆଜି ମଧ୍ୟ ସଂସଦର ଉଭୟ ଗୃହରେ ହଙ୍ଗାମା ଲାଗି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ଅଧୀରଙ୍କ ନାଁରେ କଟକରେ ମାମଲା ରୁଜୁ ହୋଇଛି। ଅଧୀରଙ୍କ ନାଁରେ ବାଦମବାଡ଼ି ଥାନାରେ ହାଇକୋର୍ଟ ଆଇନଜୀବି ମାମଲା ରୁଜୁ କରିଛନ୍ତି। ଅଭିଯୋଗରେ ଅପରାଧିକ ମାମଲା ରୁଜୁ ବିଷୟରେ ଉଲ୍ଲେଖ ରହିଛି।
ଆଜି ସଂସଦର ଉଭୟ ଗୃହକାର୍ୟ୍ୟ ଆରମ୍ଭରୁ ହିଁ ଶାସକ ଏବଂ ବିରୋଧୀ ସଦସ୍ୟ ପ୍ରବଳ ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଦୁଇ ସଦନକୁ ୧୨ଟା ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ଗୃହକାର୍ୟ୍ୟ ଆରମ୍ଭ ହେବାରୁ ପୁଣି ପ୍ରବଳ ହଟ୍ଟଗୋଳ ହେବାରୁ ଲୋକସଭା ଏବଂ ରାଜ୍ୟ ସଭାକୁ ସୋମବାର ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି।