ସ୍ବେଚ୍ଛା ସେବୀ ଅନୁଷ୍ଠାନ ଜ୍ଞାନ ଦୀପ ଫାଉଣ୍ଡେସନ ର ବିଶ୍ୱ ଛାତ୍ର ଦିବସ , ୨୦୨୨

0

ଭୁବନେଶ୍ୱର (ଆମ ଟିଭି): ଭାରତ ରତ୍ନ ପ୍ରାପ୍ତ ,ମିସାଇଲ ମ୍ୟାନ ,ତଥା ଭାରତ ର ପୂର୍ବତନ ମହାନ ରାଷ୍ଟ୍ରପତି ଡ଼ଃ ଏ ପି ଯେ ଅବଦୁଲ କଲାମ ଙ୍କ ଜନ୍ମ ଜୟନ୍ତୀ ତଥା ବିଶ୍ୱ ଛାତ୍ର ଦିବସ ଅବସର ରେ ଜୟନ୍ତୀ ପାଳନ ଓ ଦୁଇ ଦିନିଆ ବିଜ୍ଞାନ ମେଳା ର ଆୟୋଜନ ହୋଇ ଯାଇଛି।

ବିଜ୍ଞାନ ମେଳା ଉଦଘାଟନୀ ଉତ୍ସବ ରେ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦlଶନାୟକ, ।ବିଶିଷ୍ଟ ସମାଜ ସେବୀ, ଅଧକ୍ଷ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ,ଶିକ୍ଷାବିତ୍ ।ଅନିଲ ପ୍ରଧାନ ଶ୍ରୀଯୁକ୍ତ ପ୍ରେମାନନ୍ଦ ଜେନା , ଅଧ୍ୟାପକ ସଂଜୀବ ରାୟ ଅତିଥି ଭାବେ ଯୋଗ ଦେଇ ।

ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ଅବଦୁଲ କଲାମ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ନିମନ୍ତେ ଅଭିନେତା ଆକାଶ ଦlଶନୟକ

ଛାତ୍ର ଛାତ୍ରୀ ମାନଙ୍କ ର ଲକ୍ଷ୍ୟ କିପରି ହେବା ଆବଶ୍ୟକ ଓ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ କିଛି କୌଶଳ ନିଜ ବାର୍ତ୍ତା ମାଧ୍ୟମ ରେ କହି ଥିଲେ ଓ ମୋ ଓଡିଶା ଗୀତ ନିଜେ ବୋଲି ପିଲା ମାନଙ୍କୁ ବୋଲିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ଯୁବ ବିଜ୍ଞାନୀ ଅନିଲ ପ୍ରଧାନ ପିଲା ମାନଙ୍କ ନିକଟ ରେ ଲୁଚି ଥିବା ଅନ୍ତର୍ନିହିତ ଗୁଣ ପ୍ରକାଶ କରିବା ନିମନ୍ତେ ନିଜ ର ଇଛାଶକ୍ତି କୁ ପ୍ରକାଶ କରିବା ନିମନ୍ତେ ନିଜ ର ବାର୍ତା ମାଧ୍ୟମ ରେ କହିଥିଲେ।

ଶ୍ରୀଯୁକ୍ତ ପ୍ରେମାନନ୍ଦ ଜେନା ବିଶ୍ୱ ଛାତ୍ର ଦିବସ ପାଳନ ନିମନ୍ତେ ଜ୍ଞାନ ଦୀପ ଫାଉଣ୍ଡସନ ର କର୍ମକର୍ତା ଙ୍କୁ ସାଧୁବାଦ ଜଣାଇଥିଲେ।ଶ୍ରୀଯୁକ୍ତ ସମ୍ବିତ ନନ୍ଦ କଲାମ ଙ୍କ ବିଷୟ ରେ ବହି ପଢିବା ଓ ଶ୍ରେଣୀ ଶିକ୍ଷକ ମାନଙ୍କ ନିକଟ ରୁ ବୁଝିବା ପାଇଁ ଉପଦେଶ ପ୍ରଦାନ କରିଥିଲେ।

ସଭାପତି ଶ୍ର ପାଇକରାୟ ସଭାପରିଚାଳନା କରିଥିଲେ।

ବିଜ୍ଞାନ ମେଳା ର ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀମlନ ମେଘlନ ସାହୁ ତତ୍ୱବାଧାରକ କରିଥିଲେ।

Leave A Reply

Your email address will not be published.