ହ୍ୱାଇଟ୍ ହାଉସରେ ପାଳନ ହେଲା ଦୀପାବଳି
ନୂଆଦିଲ୍ଳୀ (ଆମ ଟିଭି): ଏଥର ବହୁ ଧୁମଧାମରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । କରୋନା ମହାମାରୀ ବିଗତ ଦୁଇ ବର୍ଷ ଧରି ଦୀପାବଳି ପାଳନକୁ ଫିକା କରିଦେଇଥିଲା। କିନ୍ତୁ ଚଳିତ ବର୍ଷ କେବଳ ଭାରତ ନୁହେଁ ବରଂ ପୂରା ବିଶ୍ବରେ ପାଳନ ହୋଇଛି। ଆମେରିକା, କାନାଡ଼ା ସହ ଅନେକ ଦେଶରେ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ଆଉ ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ପାଳନ କରିଛନ୍ତି ଭାରତର ଏହି ଅନନ୍ୟ ପର୍ବ। ଜୋ ବାଇଡେନ୍ ହ୍ବାଇଟ୍ ହାଉସରେ ଭାରତୀୟଙ୍କ ଦୀପାବଳି ପାନ କରିଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ସହ ଅନେକ ଭାରତବଂଶୀ ଉପସ୍ଥିତ ରହିଥିଲେ।
ହ୍ବାଇଟ ହାଉସ୍ରେ ସୋମବାର ରାତିରେ ଦୀପାବଳି ସମାରୋହର ଆୟୋଜନ କରାଯାଇଥିଲା। ଜୋ ବାଇଡେନ୍ ସରକାରଙ୍କ ଅନେକ ଭାରତୀୟ-ଆମେରିକୀୟ କର୍ମଚାରୀ ଏହି କାର୍ୟ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ବାଇଡେନ୍ କହିଥିଲେ ଯେ ଏହା ପ୍ରଥମ ଥର ଯେତେବେଳେ ଦୀପାବଳି ଅବସରରେ ହ୍ବାଇଟ୍ ହାଉସରେ ବଡ଼ ଆକାରରେ ରିସେପ୍ସନ ହୋଇଛି। ଆମ ସରକାରରେ ଗତ ସରକାରଙ୍କ ତୁଳନାରେ ସବୁଠୁ ଅଧିକ ଏସିଆନ-ଆମେରିକାନ୍ ସାମିଲ ଅଛନ୍ତି।