ନୂଆଦିଲ୍ଲୀ (ଆମ ଟିଭି): କର୍ଣ୍ଣାଟକରେ କଂଗ୍ରେସରୁ କିଏ ହେବେ ମୁଖ୍ୟମନ୍ତ୍ରୀ? ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସିଦ୍ଧରମେୟାଙ୍କୁ ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ଦେଇ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ଯୋଜନା କରୁଥିବା ବେଳେ ଶିବକୁମାର କିନ୍ତୁ ଏଥିରେ ରାଜି ନୁହଁନ୍ତି । ସେପଟେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ଡିକେ ଶିବକୁମାର ନିଜ ଭାଇ ତଥା ପାର୍ଟିର ସାଂସଦ ଡିକେ ସୁରେଶଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଂଚିଛନ୍ତି । ସେଠାରେ ସେ ଗଣମାଧ୍ୟମକୁ କହିଛନ୍ତି କି ମିଥ୍ୟା ଅପପ୍ରଚାର ଉପରେ ବିଶ୍ୱାସ କରନ୍ତୁ ନାହିଁ ।
ସୂତ୍ର ସୂଚନା ମୁତାବକ କଂଗ୍ରେସ ହାଇକମାଣ୍ଡ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି ଅଛନ୍ତି । ହେଲେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ନଥିବା କଥା ଜଣାପଡିଛି । ଅନୁମାନ କରାଯାଉଛି କି ଏହି ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ଡିକେ ଶିବକୁମାର ଦିଲ୍ଲୀରେ ରହିପାରନ୍ତି । ସେପଟେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ନେତା ଡିକେ ଶିବକୁମାର ଓ ସିଦ୍ଦରମୈୟା ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ସେପଟେ ସୁରଜୱାଲା କହିଛନ୍ତି କି,କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଚାରବିମର୍ଷ କରୁଛନ୍ତି ।