ହିନ୍ଦୁ ଧର୍ମରେ ଫାଲଗୁନ ପୂର୍ଣ୍ଣିମାରେ ପାଳିତ ହେଉଥିବା ପବିତ୍ର ପର୍ବ ହେଉଛି ହୋଲି। ଏହା ରଙ୍ଗ, ଭାଇଚାରା, ଖୁସି ଓ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ପାଳନ କରାଯାଏ, ଯାହା ଖରାପ ଶକ୍ତିର ନାଶ ଓ ଶୁଭ ଶକ୍ତିର ଆଗମନର ସଙ୍କେତ ମାନାଯାଏ।ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ଦିନ ଦାନ-ପୁଣ୍ୟ କଲେ ଅସୀମ ଶୁଭ ଫଳ ମିଳେ। ଯଦି ନିଜ ରାଶି ଅନୁସାରେ ଦାନ କରାଯାଏ, ତେବେ ଜୀବନର ବାଧା-ବିପଦ ଦୂର ହୋଇ ସୁଖ-ସମୃଦ୍ଧି ବଢ଼େ ବୋଲି କୁହାଯାଏ।ତେବେ ଆସନ୍ତୁ ଜାଣିବା ହୋଲିର ଗୋଟିଏ ଦିନ ପୂର୍ବରୁ କେଉଁ କାମ କରିବା ଆବଶ୍ୟକ ଯାହା ପାଇଁ ଆପଣଙ୍କ ଘରେ ଭରିଯିବ ସୁଖ ସମୃଦ୍ଧି
ହୋଲି କେବେ ପାଳନ ହେବ
୨୦୨୬ ମସିହା ମାର୍ଚ୍ଚ ୪ ତାରିଖ ଦିନ ହୋଲି ପାଳନ ପାଳନ ହେବ ହୋଲିକା ଦହନରେ କରନ୍ତୁ ଏହି ବିଶେଷ କାମ*
ଚାକିରି/ବ୍ୟବସାୟ ସମସ୍ୟା: ପୂଜା ବେଳେ ନଡ଼ିଆକୁ ଅଗ୍ନିରେ ଅର୍ପଣ କରି ୭ଥର ପରିକ୍ରମା କରନ୍ତୁ।
ଆର୍ଥିକ ସମସ୍ୟା: ବାଦାମ ଓ ମିଠା ପ୍ରସାଦ ଭାବେ ଅର୍ପଣ କରନ୍ତୁ।
ମନୋକାମନା ପୂରଣ: ପାନ ପତ୍ର ଓ ନଡ଼ିଆ ଅଗ୍ନିରେ ଅର୍ପଣ କରନ୍ତୁ।
ହୋଲିକା ଦହନର ପାଉଁଶ ଘରକୁ ଆଣି ସୋରିଷ ଓ ଲୁଣ ସହ ରଖିଲେ ନକରାତ୍ମକ ଶକ୍ତି ଦୂରେଇଥାଏ ବୋଲି ବିଶ୍ୱାସ।
ଦାନର ମହତ୍ତ୍ୱ
ହୋଲି ଦିନ ଗରିବ ଓ ଅଭାବୀ ଲୋକଙ୍କୁ ବସ୍ତ୍ର, ଖାଦ୍ୟ, ଧନ ଦାନ କରିବା ଅତ୍ୟନ୍ତ ପୁଣ୍ୟମୟ। ଏହା ମାନସିକ ଶାନ୍ତି ଓ ସକାରାତ୍ମକ ଶକ୍ତି ଦେଇଥାଏ।