ଭୁବନେଶ୍ୱର (ଆମ ଟିଭି): ମଙ୍ଗଳବାରକୁ ବଜରଙ୍ଗବାଲୀ ହନୁମାନଜୀଙ୍କ ଉପାସନା ପାଇଁ ଅତ୍ୟନ୍ତ ପବିତ୍ର ଓ ଶୁଭ ଦିନ ଭାବେ ବିବେଚନା କରାଯାଏ। ଧାର୍ମିକ ଶାସ୍ତ୍ର ଓ ଲୋକବିଶ୍ୱାସ ଅନୁସାରେ, ଏହି ଦିନ ହନୁମାନଜୀଙ୍କୁ ଭକ୍ତିଭାବରେ ସ୍ମରଣ କରି ପୂଜା ଓ ପାଠ କଲେ ସେ ଶୀଘ୍ର ପ୍ରସନ୍ନ ହୁଅନ୍ତି। ବିଶେଷକରି ତୁଳସୀଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ପାଠକୁ ଅତ୍ୟନ୍ତ ଶକ୍ତିଶାଳୀ ଓ ଫଳଦାୟକ ବୋଲି ମନାଯାଏ।
ଧାର୍ମିକ ବିଶ୍ୱାସ ଅନୁସାରେ, ନିୟମିତ ଭାବେ ହନୁମାନ ଚାଳିଶା ପାଠ କଲେ ବ୍ୟକ୍ତିଙ୍କ ଜୀବନରେ ଥିବା ଭୟ, ଦୁଃଖ, ବାଧାବିଘ୍ନ ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ସହ ମନୋବଳ ବୃଦ୍ଧି ପାଏ, ଆତ୍ମବିଶ୍ୱାସ ବଢ଼େ ଏବଂ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ।
ହନୁମାନ ଚାଳିଶା ପାଠ ପୂର୍ବରୁ କରନ୍ତୁ ଏହି କାମ
ପ୍ରଥମେ ଘରର ପୂଜା ସ୍ଥାନକୁ ପବିତ୍ର କରନ୍ତୁ
ମଙ୍ଗଳବାର ଦିନ ବ୍ରହ୍ମମୁହୂର୍ତ୍ତରେ ଉଠି ସ୍ନାନ କରନ୍ତୁ
ଲାଲ ପୋଷାକ ପିନ୍ଧିବାକୁ ଶୁଭ ମନାଯାଏ
ଭୂମିରେ ଆସନ ବିଛାଇ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁହଁ କରି ବସନ୍ତୁ
କିପରି କରିବେ ହନୁମାନ ଚାଳିଶା ପାଠ?
()ହନୁମାନ ଚାଳିଶା ଉଚ୍ଚ ସ୍ୱରରେ ପାଠ କରିବେ ନାହିଁ
()ସଦା ମଧ୍ୟମ ସ୍ୱରରେ ଏବଂ ଧ୍ୟାନ ସହ ପାଠ କରନ୍ତୁ
()ଉଚ୍ଚାରଣରେ କୌଣସି ଭୁଲ ନ ହେବାକୁ ଧ୍ୟାନ ଦିଅନ୍ତୁ
()ଶୀଘ୍ରତାରେ ନୁହେଁ, ପ୍ରତ୍ୟେକ ଧାରା ବୁଝି ବୁଝି ପାଠ କରନ୍ତୁ
କେତେଥର ପାଠ କଲେ ମିଳିବ ଶୁଭ ଫଳ?
()୧, ୩, ୭, ୯ କିମ୍ବା ୧୧ ଥର ପାଠ କରିବା ଶୁଭ
()୭ କିମ୍ବା ୨୧ ଦିନ ଧରି ନିରନ୍ତର ପାଠ କଲେ ଇଚ୍ଛା ପୂରଣ ହୁଏ
()୧୧ରୁ ୧୦୮ ଥର ପାଠ କଲେ ଚମତ୍କାର ଫଳ ମିଳେ ବୋଲି ବିଶ୍ୱାସ
ହନୁମାନ ଚାଳିଶା ପାଠ କରିବାର ଲାଭ
()ଶକ୍ତି, ବୁଦ୍ଧି ଓ ଜ୍ଞାନର ବୃଦ୍ଧି
()ଭୟ, ଚିନ୍ତା ଓ ମାନସିକ ଚାପ ଦୂର
()ରୋଗ ନିରାମୟରେ ସାହାଯ୍ୟ
()ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତିର ସଞ୍ଚାର
ଦୀର୍ଘାୟୁ ଓ ସୁଖ-ଶାନ୍ତିର ଲାଭ