ଆପଣ ମଦ ପିଉଛନ୍ତି କି ? ଜାଣନ୍ତୁ ମଦ ପିଇବା ପରେ ମସ୍ତିଷ୍କ ସହ କଣ ହୋଇଥାଏ ?

0

ଅତ୍ୟାଧିକ ମାତ୍ରାରେ ମଦ୍ୟପାନ କରିବା ଶରୀର ପାଇଁ ଗୁରୁତର କ୍ଷତିକାରକ । European Society of Cardiology ର ‘Heart Failure’ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ନିୟମିତ ଏବଂ ଅଧିକ ମାତ୍ରାରେ ଆଲକୋହଲ୍ ସେବନ କଲେ ହୃଦୟ, ମସ୍ତିଷ୍କ ସହ ଶରୀରର ଅନ୍ୟାନ୍ୟ ଅଂଗରେ ଗଭୀର ପ୍ରଭାବ ପଡ଼େ ।

*ମସ୍ତିଷ୍କ ଉପରେ ପ୍ରଭାବ*

ଦୀର୍ଘ ସମୟ ଧରି ଅଧିକ ମଦ୍ୟପାନ କରିବାରୁ ଶରୀରର ନ୍ୟୁରନ୍ (ସ୍ନାୟୁ କୋଷ) ଗଠନ ଓ କାର୍ଯ୍ୟରେ ପରିବର୍ତ୍ତନ ଆସେ ।କିଶୋର ଓ ଯୁବାବସ୍ଥାରେ ମଦ୍ୟପାନ କଲେ ମସ୍ତିଷ୍କର ସଠିକ ବିକାଶ ବାଧାପ୍ରାପ୍ତ ହୁଏ ।ଶିକ୍ଷାଗ୍ରହଣ, ନିଷ୍ପତ୍ତି ନେବାର କ୍ଷମତା ଓ ସ୍ମରଣଶକ୍ତି କମିଯାଏ ।ବ୍ଲାକଆଉଟ୍ (ସମୟିକ ସ୍ମୃତି ହାରାଇଯିବା) ଭଳି ସମସ୍ୟା ଦେଖାଦେଇପାରେ ।ଦୀର୍ଘକାଳରେ ମସ୍ତିଷ୍କ ନିଜର ନିୟନ୍ତ୍ରଣ କ୍ଷମତା ହରାଇପାରେ ।

*ହୃଦୟ ଉପରେ ପ୍ରଭାବ*

ଅଧିକ ମଦ୍ୟପାନ କଲେ ରକ୍ତଚାପ ବୃଦ୍ଧି, ହୃଦ୍‌ଗତିର ଅସମାନ୍ୟତା (Arrhythmia) ଏବଂ ହାର୍ଟ ଫେଲ୍ୟୁର୍ ଭଳି ଗୁରୁତର ସମସ୍ୟା ହୋଇପାରେ । ଦୀର୍ଘକାଳ ଧରି ଆଲକୋହଲ୍ ସେବନ ହୃଦୟର ପେଶୀକୁ ଦୁର୍ବଳ କରେ ।

*ଯକୃତ (ଲିଭର) ଉପରେ ପ୍ରଭାବ*

ମଦ୍ୟପାନରୁ ଯକୃତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଏ ।

ଆଲକୋହଲିକ୍ ହେପାଟାଇଟିସ୍: ଯକୃତର ସୁଜନ, ପେଟ ଓ ଯକୃତରେ ବେଦନା, ଜ୍ୱର, ବାନ୍ତି ଓ ଜଣ୍ଡିସ୍ ଭଳି ଲକ୍ଷଣ ।

ଆଲକୋହଲିକ୍ ଫ୍ୟାଟି ଲିଭର: ଯକୃତରେ ଅତ୍ୟଧିକ ଚର୍ବି ସଂଚୟ ହେବା ।ଏହା ଅଗ୍ରଗତି କରି ସିରୋସିସ୍ (ଲିଭର କଠିନ ହେବା) ଭଳି ଗୁରୁତର ରୋଗକୁ ନେଇଯାଇପାରେ ।

ଖାଲି ସେତିକି ନୁହେଁ ରୋଗପ୍ରତିରୋଧକ ଶକ୍ତି କମିଯାଏ ।ପାଚନତନ୍ତ୍ରର ସମସ୍ୟା ବୃଦ୍ଧି ପାଏ ।ମାନସିକ ଅସ୍ଥିରତା, ଆତଙ୍କ ଓ ଅବସାଦ ବଢ଼ିଯାଇପାରେ ।

ମଦ୍ୟପାନ ଯେତେକମ୍ ହେବ ସେତେ ଭଲ । ବିଶେଷ କରି କିଶୋର ଓ ଯୁବକମାନେ ଏହାରୁ ଦୂରେ ରହିବା ଆବଶ୍ୟକ । ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇଲେ ହୃଦୟ, ମସ୍ତିଷ୍କ ଓ ଯକୃତକୁ ସୁସ୍ଥ ରଖିପାରିବେ ।

Leave A Reply

Your email address will not be published.