ସ୍ବପ୍ନରେ ଆପଣ ଏହି ୪ ଜିନିଷ ଦେଖୁଛନ୍ତି କି? ହୋଇପାରେ ଏଭଳି ଅଶୁଭ ସଙ୍କେତ

0

ଭୁବନେଶ୍ଵର,୦୨/୦୨: ସ୍ବପ୍ନ ଦୁଇ ପ୍ରକାରର। ସୁସ୍ବପ୍ନ ଆଉ ଦୁଃସ୍ବପ୍ନ। ସ୍ବପ୍ନ ଭଲ ହେଉ ଅବା ଖରାପ, ସେ ବିଷୟରେ ସଠିକ୍‌ ଜ୍ଞାନ ଥିଲେ ଜୀବନରେ ଆସୁଥିବା ବିପଦରୁ ନିଜକୁ ରକ୍ଷା କରି ହୁଏ। କାରଣ ସ୍ବପ୍ନ ମନୁଷ୍ୟର ସ୍ବାସ୍ଥ୍ୟ, ସମ୍ପଦ, ବ୍ୟାପାର, ଆଧ୍ୟାତ୍ମ୍ୟ, ଧନ ଏବଂ ସଫଳତା ଆଦି ସହ ଜଡ଼ିତ ଥାଏ। ଏଣୁ ସ୍ବପ୍ନ ଶାସ୍ତ୍ରରେ ଏଭଳି ୪ ପ୍ରକାର ସ୍ବପ୍ନ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ସିଧା ପ୍ରଭାବ ଧନହାନୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ଆସନ୍ତୁ ଜାଣିବା…

*କବାଟ ବନ୍ଦ ହେବା*: ଯଦି କେହି ସ୍ବପ୍ନରେ କବାଟ ବନ୍ଦ ହେବା ଦେଖୁଥାନ୍ତି ତେବେ ଏହା ଅଶୁଭ ସଙ୍କେତ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଏଭଳି ସ୍ବପ୍ନ ଦେଖିବା ବ୍ୟକ୍ତିଙ୍କ କ୍ୟାରିୟରରେ କିଛି ଅଘଟଣ ଘଟିପାରେ। ଏଥିରୁ ରକ୍ଷା ପାଇବା ପାଇଁ ହନୁମାନଙ୍କୁ ଲାଲ୍‌ ସିନ୍ଦୁର ଅର୍ପଣ କରିବା ଉଚିତ।

*ପୋଷାକରେ ଦାଗ ଲାଗିବା*: ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି କେହି ସ୍ବପ୍ନରେ ହଳଦିଆ ପୋଷାକରେ କିଛି ଦାଗ ଲାଗିବା ଦେଖୁଥାନ୍ତି ତେବେ ଏହାର ଅର୍ଥ ଧନହାନୀ। ଏଭଳି ସ୍ଥିତିରେ ମନୁଷ୍ୟକୁ ନିଦରୁ ଉଠିବା ପରେ ମା’ ଲକ୍ଷ୍ମୀଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ।

*ବହୁତ ଜୀବଜନ୍ତୁ*: ଯଦି ଆପଣଙ୍କ ସ୍ବପ୍ନରେ ବହୁତ ଜୀବଜନ୍ତୁ ଆସୁଛନ୍ତି ତେବେ ଏହା ଅଶୁଭ। ଏହାର ଅର୍ଥ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଣୁ ନିଦରୁ ଉଠିବା ପରେ ଗରିବ ଲୋକଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ।

*କଳା ବିରାଡି*: ଯଦି ସ୍ବପ୍ନରେ କେହି କଳା ବିରାଡି ଦେଖୁଥାନ୍ତି ତେବେ ଏହା ଅଶୁଭ ହୋଇପାରେ। ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିପାରେ। ଏଣୁ ଉଠିବା ପରେ ଶିବଙ୍କଠାରେ ଜଳଲାଗି କରନ୍ତୁ।

Leave A Reply

Your email address will not be published.