ରାତି ୧୧ ଟା ପରେ ଶୋଉଛନ୍ତି କି?ବଦଳାନ୍ତୁ ଅଭ୍ୟାସ ନଚେତ୍ ଭୋଗିବେ ଏଭଳି ସମସ୍ୟା* 

0

ଆଜିର ବ୍ୟସ୍ତ ଓ ଡିଜିଟାଲ୍ ଯୁଗରେ ଲୋକମାନଙ୍କ ଜୀବନ ଶୈଳୀରେ ବଡ଼ ପରିବର୍ତ୍ତନ ଆସିଛି । ବିଶେଷକରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍, ଲାପଟପ୍ କିମ୍ବା ଟିଭି ସାମ୍ନାରେ ସମୟ କାଟିବା ଏବଂ ରାତି 11ଟା ପରେ ଶୋଇବା ଅଭ୍ୟାସ ଦେଖାଯାଉଛି । କିନ୍ତୁ ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରୁଛନ୍ତି ଯେ, ଏହି ଅଭ୍ୟାସ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରିପାରେ ।

*ନିଦ୍ରା କାହିଁକି ଜରୁରୀ?*

ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ 7ରୁ 8 ଘଣ୍ଟା ଗଭୀର ଓ ଆରାମଦାୟକ ନିଦ୍ରା ଅତ୍ୟାବଶ୍ୟକ । ଯଥେଷ୍ଟ ନିଦ୍ରା ଶରୀରକୁ ସୁସ୍ଥ କରେ, ମସ୍ତିଷ୍କକୁ ସତେଜ ରଖେ ଏବଂ ଦିନ ସାରା କାମ କରିବାର ଶକ୍ତି ଦେଇଥାଏ । ନିଦ୍ରା ଅଭାବ ହେଲେ ଥକାପଣ ଓ ଚିଡଚିଡାପଣ ଦେଖାଯାଏ ।

*ରାତି 11ଟା ପରେ ଶୋଇଲେ କଣ ହୁଏ?*

*1. ବଡି କ୍ଲକ୍ ବିଗଡ଼ିଯାଏ*

ମନୁଷ୍ୟ ଶରୀରରେ ଗୋଟିଏ ପ୍ରାକୃତିକ ସମୟଚକ୍ର (Body Clock) ରହିଛି । ଯଦି ଆପଣ ପ୍ରତିଦିନ ବିଳମ୍ବରେ ଶୋଇବେ, ଏହି ଚକ୍ର ବିକୃତ ହୋଇଯାଏ । ଫଳରେ ଗଭୀର ନିଦ୍ରା ହୋଇନଥାଏ ଓ ସକାଳେ ଥକା ଅନୁଭବ ହୁଏ ।

*2. ହୃଦରୋଗର ଆଶଙ୍କା*

ରାତି 10ରୁ 11ଟା ମଧ୍ୟରେ ଶୋଇବା ହୃଦୟ ପାଇଁ ଭଲ । ଏହା ପରେ ଶୋଇବା ଦ୍ୱାରା ହୃଦରୋଗର ଆଶଙ୍କା ବଢାଇ ଥାଏ।

*3. ପାଚନକ୍ରିୟାରେ ପ୍ରଭାବ*

ବିଳମ୍ବରେ ଶୋଇବା ଦ୍ୱାରା ମେଟାବୋଲିଜମ୍ ପ୍ରଭାବିତ ହୁଏ । ଖାଦ୍ୟ ଠିକ୍ ଭାବରେ ପଚେଇ ନଥାଏ ଓ ଗ୍ୟାସ୍, ଏସିଡିଟି ଭଳି ସମସ୍ୟା ଦେଖାଯାଏ ।

*4. ମାନସିକ ସ୍ୱାସ୍ଥ୍ୟରେ ପ୍ରଭାବ*

ନିଦ୍ରା ଅଭାବ ଚାପ, ଆତଙ୍କ ଓ ଡିପ୍ରେସନ୍‌ର ଆଶଙ୍କା ବଢାଏ । ଧ୍ୟାନ କେନ୍ଦ୍ରିତ କରିବା କଷ୍ଟକର ହୁଏ ଓ ଚିଡଚିଡାପଣ ବଢେ ।

*5. ରୋଗପ୍ରତିରୋଧକ ଶକ୍ତି କମିଯାଏ*

ଯଥେଷ୍ଟ ନିଦ୍ରା ନ ମିଳିଲେ ଶରୀରର ଇମ୍ୟୁନ୍ ସିଷ୍ଟମ୍ ଦୁର୍ବଳ ହୁଏ । ଫଳରେ ସହଜରେ ରୋଗ ଆକ୍ରମଣ କରିପାରେ ।

*6. ଓଜନ ବୃଦ୍ଧି*

ବିଳମ୍ବରେ ଶୋଇଥିବା ଲୋକମାନେ ପ୍ରାୟତଃ ରାତିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି । ଏହା ଓଜନ ବୃଦ୍ଧି ଓ ମେଟାବୋଲିଜମ୍ କମିବାର କାରଣ ହୋଇପାରେ ।

*ପ୍ରତିଦିନ କଣ କରିବା ଆବଶ୍ୟକ*

ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଶୋଇବା ଓ ଉଠିବା ଅଭ୍ୟାସ କରନ୍ତୁ ।ଶୋଇବା ପୂର୍ବରୁ ମୋବାଇଲ୍ ବ୍ୟବହାର କମାନ୍ତୁ ।ରାତିରେ ହାଲୁକା ଖାଦ୍ୟ ଗ୍ରହଣ କରନ୍ତୁ ।ଶୋଇବା ପୂର୍ବରୁ ଶାନ୍ତ ପରିବେଶ ତିଆରି କରନ୍ତୁ ।

Leave A Reply

Your email address will not be published.