ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ…

0

ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି OMSA ସଭାପତି। ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦୋଳନରୁ ଡାକ୍ତରମାନେ ଓହରିଛନ୍ତି।

ସୂଚନା ଥାଉକି, ସାରା ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିଲେ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଥିଲେ। ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଡାକ୍ତରମାନେ ରାଜ୍ୟ ଡାକ୍ତରୀ ମହାସଂଘ (ଓମ୍‌ସା )ର ଡାକରା କ୍ରମେ ପ୍ରଥମେ କଳାବ୍ୟାଜ୍‌ ପରିଧାନ କରିଥିଲେ। ପରେ ଓପିଡି ୧ ଘଣ୍ଟା ବନ୍ଦ ଓ ଏବେ ଦୁଇଘଣ୍ଟା ବନ୍ଦ ନିଷ୍ପତ୍ତି ନେଇ ଆନ୍ଦୋଳନ ଜାରି ରଖିଥିଲେ।

Leave A Reply

Your email address will not be published.