ଆଜିଠୁ ଆରମ୍ଭ ହେଲା ଚିଲିକାରେ ଡଲଫିନ ଗଣନା

0

ଭୁବନେଶ୍ଵର (ଆମ ଟିଭି): ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା । ଆଜିଠୁ ତିନିଦିନ ଧରି ଚାଲିବ ଗଣନା । ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି । ଏଥିରେ ଚିଲିକା ବନ ଖଣ୍ଡର ୧୮ ଟିମ୍ ନିୟୋଜିତ ହୋଇଛନ୍ତି । ଏଥିପାଇଁ ସମସ୍ତ ମୋଟର ବୋଟ୍ ସଂଘକୁ ଚିଠି ଲେଖିଛି ଡିଏଫଓ । ଏହାସହ ତିନିଦିନ ପାଇଁ ସକାଳ ୬ଟାରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଏବଂ ଯାତ୍ରୀବାହୀ ଭସାପୋଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।

ସୂଚନା ଯୋଗ୍ୟ; ତିନିଦିନ ଡଲଫିନ ଗଣନା ପାଇଁ  ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରୁ ୧୦ଟି ଓ ସାତପଡ଼ାରୁ ୮ଟି ଟିମ୍ ଡଲଫିନ ଗଣନା କରୁଛନ୍ତି । ପ୍ରତି ଟିମ୍ ରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ଯେଉଁଥିରେ ଜଣେ ବନ ବିଭାଗ ଅଧିକାରୀ, ଜଣେ ଚିଲିକା ବିକାଶ କର୍ତ୍ତୃପକ୍ଷ (CDA) ପ୍ରତିନିଧି, ଜଣେ OUAT ଛାତ୍ର, ଜଣେ ମୋଟର-ଡଙ୍ଗା ଅପରେଟର, ଜଣେ ସାମାଜିକ କର୍ମୀ ଏବଂ ଜଣେ ଗଣମାଧ୍ୟମ ପ୍ରତିନିଧି ସାମିଲ ଅଛନ୍ତି । ସାତପଡ଼ାର ୪ଟି ଅଞ୍ଚଳରେ ଗଣନା ଚାଲିଛି । ସେହିପରି ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରେ ଗୋଟିଏ ଟିମ୍ , ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି କରୁଛନ୍ତି ।

ସାମ୍ପ୍ରତିକ ସର୍ଭେ ପାଇଁ ମାନକ ହୋଇଥିବା ଲାଇନ୍-ଟ୍ରାନ୍ସେକ୍ଟ ପଦ୍ଧତି ଅନୁସରଣ କରି ଦଳଗୁଡ଼ିକ ଦୃଶ୍ୟ ରେକର୍ଡ କରିବା ପାଇଁ ଦୂରବୀକ୍ଷଣ, GPS ୟୁନିଟ୍ ଏବଂ କ୍ୟାମେରା ବ୍ୟବହାର କରୁଛନ୍ତି। ଗତ ବର୍ଷ ଗଣନାରେ ଚିଲିକାରେ ୧୫୪ଟି ଇରାବତୀ ଡଲଫିନ ଏବଂ ୧୯ଟି ବୋଟଲନୋଜ୍ ଡଲଫିନ ରେକର୍ଡ କରାଯାଇଥିଲା, ଯାହା ହ୍ରଦର ପରିବେଶଗତ ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ। ଜନଗଣନା ସଂରକ୍ଷଣ ଯୋଜନା ଏବଂ ଇକୋ-ପର୍ଯ୍ୟଟନ ପରିଚାଳନା ପାଇଁ ଅଦ୍ୟତନ ଜନସଂଖ୍ୟା ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.