୫୦୦୦ ଡଲାର ଫାଇନ୍ ଦେବେ ଡୋନାଲ୍ଡ ଟ୍ରମ୍ଫ
ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଅନେକ ମାମଲା ବିଚାରାଧୀନ ଅଛି।ଏହି ସମୟରେ ଜଣେ ଆମେରିକୀୟ ବିଚାରପତି ଟ୍ରମ୍ପଙ୍କୁ ୫୦୦୦ ଆମେରିକୀୟ ଡଲାର (ପ୍ରାୟ ୪ ଲକ୍ଷ ଟଙ୍କା) ଜରିମାନା କରିଛନ୍ତି କାରଣ ସେ ପ୍ରଚାର ୱେବସାଇଟରେ ଜଜଙ୍କ ମୁଖ୍ୟ କିରାଣୀ ଆଲିସନ ଗ୍ରୀନଫିଲ୍ଡଙ୍କ ବିଷୟରେ ଅପମାନଜନକ ପୋଷ୍ଟ କରିଥିଲେ।ଏହି ପୋଷ୍ଟରେ ଟ୍ରମ୍ପ ସିନେଟ ନେତା ଚକ ଶୁମରଙ୍କ ସହ ଗ୍ରୀନଫିଲ୍ଡର ଏକ ଫଟୋ ସେୟାର କରିଛନ୍ତି।
ଏହା ପରେ ଟ୍ରମ୍ପଙ୍କ ବିରୋଧରେ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏଥି ସହିତ ବର୍ତ୍ତମାନ କୋର୍ଟ ଏହି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ୫୦୦୦ ଡଲାର ଜୋରିମାନା ଲଗାଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଜରିମାନା ଦେବାକୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି। ଜଜ୍ କହିଛନ୍ତି ଯେ କୋର୍ଟ କର୍ମଚାରୀଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ଗ୍ରହଣୀୟ ନୁହେଁ ଏବଂ ମୁଁ ସେମାନଙ୍କୁ ବରଦାସ୍ତ କରିବି ନାହିଁ।